Thu. Oct 15th, 2026

ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଆଜି ଝାରସୁଗୁଡ଼ା JMFC କୋର୍ଟରେ ଚାର୍ଜସିଟ ଦାଖଲ କରିଛି କ୍ରାଇମ୍ ବ୍ରାଞ୍ଚ। ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ମାମଲାକୁ କ୍ରାଇମ୍ ବ୍ରାଞ୍ଚ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଚାର୍ଜସିଟ ପ୍ରସ୍ତୁତ କରିସାରିଥିଲା। ଆଜି ଘଟଣାର ତଦନ୍ତକାରୀ ଅଫିସର କ୍ରାଇମବ୍ରାଞ୍ଚ DSP ରମେଶ ଦୋରା ଝାରସୁଗୁଡ଼ା JMFC କୋର୍ଟରେ ଉପସ୍ଥିତ ରହି ଚାର୍ଜସିଟ ଦାଖଲ କରିଛନ୍ତି।
ନବ ଦାଶ ହତ୍ୟାକାଣ୍ଡ ଘଟଣାରେ ଦୀର୍ଘ ୧୧୮ ଦିନ ପରେ ୫୪୩ ପୃଷ୍ଠାର ପ୍ରେଲିମିନେରୀ ଚାର୍ଜ ସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ତଦନ୍ତକାରୀ ଅଧିକାରୀ ସମେତ ୮୯ ଜଣ ସାକ୍ଷୀ ଆଧାରରେ ୫୪୩ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ଆଇପିସିର ଦଫା ୩୦୨, ୩୦୭ ଆର୍ମସ ଏକ୍ଟ ୨୭(୦୧) ଅନୁଯାୟୀ ପ୍ରେଲିମିନେରୀ ଚାର୍ଜସିଟ ଦାଖଲ କରିଥିବା ସୂଚନା ମିଳିଛି ।

ତେବେ ଚାର୍ଜସିଟରେ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଲିସ ଏଏସ୍ଆଇ ଗୋପାଳକୃଷ୍ଣ ଦାସଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚ ସମସ୍ତ ପ୍ରକାର ସାଇଣ୍ଟିଫିକ୍ ତଥା ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଭିତ୍ତିକରି ଅଭିଯୋଗ ଫର୍ଦ୍ଦ ପ୍ରସ୍ତୁତ କରିଥିବା ଜଣାପଡିଛି। ତେବେ କ୍ରାଇମବ୍ରାଞ୍ଚ ଯେଉଁ ଚାର୍ଜସିଟ୍ ଦାଖଲ କରିଛି, ତାହ କେତେ ପୃଷ୍ଠା ସମ୍ବଳିତ ଏବଂ ସେଥିରେ କଣ ସବୁ ଉଲ୍ଲେଖ ରହିଛି, ତାହା ଜଣାପଡିନାହିଁ

Leave a Reply

Your email address will not be published. Required fields are marked *