Thu. Oct 15th, 2026

ଭୁବନେଶ୍ୱର : ମେ’ ୨୮ ତାରିଖରେ ଯୁକ୍ତ ୨ ରେଜଲ୍ଟ ତାରିଖ ଘୋଷଣା କରାଯିବ। ପ୍ରଥମେ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ତାରିଖ ଘୋଷଣା ହେବ। ଏହାପରେ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶିତ ହେବ। ମେ’ ୩୦ କିମ୍ବା ୩୧ରେ ପ୍ରକାଶ ପାଇପାରେ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ।
ସେହିପରି ଜୁନ୍‌ ୮ ସୁଦ୍ଧା ପ୍ରକାଶ ପାଇପାରେ କଳା ଓ ଧନ୍ଦାମୂଳକ ରେଜଲ୍ଟ।

ମାର୍ଚ୍ଚ ୧ରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇ ଏପ୍ରିଲ ୫ରେ ଶେଷ ହୋଇଥିଲା। ମୋଟ୍‌ ୧୧୪୫ ପରୀକ୍ଷା କେନ୍ଦ୍ରରେ ସାଢେ଼ ୩ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥରୁ କଳାରେ ୨ଲକ୍ଷ ୧୯ହଜାର ୧୧୦, ବିଜ୍ଞାନରେ ୯୧,୩୭୯, ବାଣିଜ୍ୟରେ ୨୩,୧୪୮ଜଣ ଓ ଧନ୍ଦାମୂଳକ ଶିକ୍ଷାରେ ୫ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେପଟେ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଆସନ୍ତା ୨୯ରୁ ଆରମ୍ଭ ହେବ । ମାତ୍ର ମନ ପସନ୍ଦର କଲେଜରେ ସିଟ୍ ମିଳିବ ନା ନାହିଁ ତାକୁ ନେଇ ପିଲାଙ୍କ ଭିତରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଅନ୍ୟପଟେ ସିଟ୍ ବଢିବ ନା ନାହିଁ ସେନେଇ ଗଣଶିକ୍ଷା ବିଭାଗରେ ଏଯାଏ ଅଙ୍କ ଛିଡ଼ୁନି।

Leave a Reply

Your email address will not be published. Required fields are marked *