Wed. Oct 14th, 2026
Torrential rain causing flood.

କାଳବୈଶାଖୀ ବର୍ଷାରେ ଭିଜିଲା ଟ୍ୱିନ ସିଟିରାଜ୍ୟରେ କାଳବୈଶାଖୀ ସକ୍ରିୟ।ଭୁବନେଶ୍ବର ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇଛି । ତାତିରୁ ମିଳିଲା ଆଶ୍ୱସ୍ତି। ଅପରାହ୍ନରେ ଟ୍ୱିନ ସିଟିରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା। ଆଜିଠୁ ୫ ଦିନ ବର୍ସିବ। ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ୱାର୍ଣ୍ଣି ଜାରି ରହିଛି । ୩୦ ଯାଏ ଖରାରୁ ଆଶ୍ୱସ୍ତି ମିଳିବ। ଆସନ୍ତା ୨୪ ଘଣ୍ଟା ପାଇଁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନାଏଥିସହ ପବନର ବେଗ ୪୦ ରୁ ୫୦ କିମି ରହିବା ସମ୍ଭାବନା। ସେହିସବୁ ଜିଲ୍ଲା ଗୁଡ଼ିକ ହେଲା କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ଵର, କୋରାପୁଟ, ରାୟଗଡ଼ା, ଗଜପତି,ଗଞ୍ଜାମ,ନୟାଗଡ଼ , ଖୋର୍ଦ୍ଧା,ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ,ଢେ଼ଙ୍କାନାଳ, କଂଧମାଳ, କଳାହାଣ୍ଡି, ନବରଙ୍ଗପୁର, ବଲାଙ୍ଗୀର,ନୂଆପଡ଼ା।ସେହିପରି ଆସନ୍ତାକାଲି ପାଇଁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ସେହିସବୁ ଜିଲ୍ଲା ଗୁଡ଼ିକ ହେଲା, ମୟୁରଭଂଜ, ବାଲେଶ୍ଵର, ଭଦ୍ରକ, କେଉଁଝର, ରାୟଗଡ଼ା, କୋରାପୁଟ, ଗଜପତି, ଗଞ୍ଜାମ, କନ୍ଧମାଳ । ରାଜ୍ୟରେ ପ୍ରବଳ ଖରା ହେଉଥିଲା। ଲୋକେ ହନ୍ତସନ୍ତ ହେଉଥିଲେ। ବର୍ଷା କାରଣରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି।ଆସନ୍ତା ୩ରୁ ୪ ଦିନ ପର୍ୟ୍ୟନ୍ତ ରାଜ୍ୟରେ ଏଭଳି ପାଗ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ କାଳବୈଶାଖୀ ବର୍ଷାର ପ୍ରଭାବ ରହିଲେ ମଧ୍ୟ ତାତିରେ ବ୍ରେକ୍ ଲାଗିବାର ସମ୍ଭାବନା ନାହିଁ । ବିଶେଷ କରି ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ, ଝାରସୁଗୁଡା, ବଲାଙ୍ଗୀର, ସମ୍ବଲପୁର, ବୌଦ୍ଧ, ସୋନପୁର, ନୂଆପଡା ଜିଲ୍ଲାରେ ୪୦ ରୁ ୪୪ ଡିଗ୍ରୀ ପର୍ୟ୍ୟନ୍ତ ତାପମାତ୍ରା ରହିବ ବୋଲି ଆକଳନ କରାଯାଇଛି ।ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ନୟାଗଡ, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ଆଦି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେଲେ ମଧ୍ୟ ମଧ୍ୟାହ୍ନ ସମୟରେ ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ତାପମାତ୍ରା ରହିବ । ଏଥିପାଇଁ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ୟ୍ୟନ୍ତ ପିକ୍ ଆଓ୍ବାର ଘୋଷଣା କରିଛି ପାଣିପାଗ କେନ୍ଦ୍ର । କାରଣ ତାପମାତ୍ରା ବଢିବା ସହ ବାୟୁମଣ୍ଡଳରେ ଆର୍ଦ୍ରତା ୬୫ ରୁ ୮୫ ପ୍ରତିଶତ ରହିବ ।କାଳବୈଶାଖୀ ବଜ୍ରପାତ ହେତୁ ନଡ଼ିଆ ଗଛଟି ଭୟଙ୍କର ଭାବେ ଜଳୁଥିବା ଦେଖିବାକୁ ମିଳିଛି। ବର୍ଷା ଲାଗି ରହିଥିବା ବେଳେ ଅନେକ ଅଞ୍ଚଳରେ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ିଥିବା ଦେଖିବାକୁ ମିଳିଛି। ରାଜ୍ୟରେ ପ୍ରବଳ ଖରା ଲାଗିରହିଥିଲା। ଯାହା ଫଳରେ ଜନଜୀବନ ମୁସକିଲ ହୋଇପଡିଥିଲା। ତେବେ ବର୍ଷା କାରଣରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି।

Leave a Reply

Your email address will not be published. Required fields are marked *