Wed. Oct 14th, 2026

ଆନ୍ତଃ ରାଜ୍ୟ ଅପରାଧୀ ଗ୍ୟାଙ୍ଗ୍ ଗୁଡ଼ିକର ନିଶାଣରେ ରହିଛି ରାଜଧାନୀ। ଚୋରି, ଛିନ୍ତାଇ, ରାହାଜାନୀ, ଡକାୟତି ଗ୍ୟାଙ୍ଗ୍ସବୁ ଭୁବନେଶ୍ବରରେ ଡେରା ପକାଇଛନ୍ତି। ପଶ୍ଚିମବଙ୍ଗ, ବିହାର, ଝାରଖଣ୍ଡ, ତାମିଲନାଡ଼ୁ ଓ ଆନ୍ଧ୍ରପ୍ରଦେଶରୁ ଏଭଳି ଗ୍ୟାଙ୍ଗ ରାଜଧାନୀରେ ସାମ୍ରାଜ୍ୟ ବିସ୍ତାର କରି ଚାଲିଛନ୍ତି। ଏରା ଗୋଲା ଗ୍ୟାଙ୍ଗରୁ ଇରାନି ଗ୍ୟାଙ୍ଗ୍ ପର୍ଯ୍ୟନ୍ତ ବିଭିନ୍ନ ଅନ୍ତଃରାଜ୍ୟ ଗ୍ୟାଙ୍ଗ୍ ଏବେ ଭୁବନେଶ୍ବରରେ ଆଡ଼ା ଜମାଇ ବସିଛନ୍ତି। କିଏ ଭିକ୍ଷା ବୃତ୍ତି ଆଳରେ ଘରେ ପଶି ଲୁଟୁଛି ତ କିଏ ମୁକ, ବଧିର, ଅନ୍ଧ ଆଦିର ଅଭିନୟ କରି ଘରେ କଳା କନା ବୁଲାଉଛି। ସେମିତି କେଉଁ ଗ୍ୟାଙ୍ଗ ବାଇକରେ ବୁଲି ବୁଲି ମହିଳାଙ୍କ ବେକରୁ ଗହଣା ଝାମ୍ପି ନେଉଛନ୍ତି ତ କେଉଁ ଗ୍ୟାଙ୍ଗ ସୁନା ଗହଣା ସଫା କରିବା ଆଳରେ ଅସଲି ଗହଣା ଲୁଟି ପଳାଉଛନ୍ତି। ଏମିତିକି କିଛି ହିଂସ୍ର ଗ୍ୟାଙ୍ଗ୍ ରାସ୍ତାରେ ହଣାକଟା କରି ଲୁଟପାଟ୍ କରୁଛନ୍ତି। କେବଳ ସେତିକି ନୁହେଁ, ମହିଳା ଗ୍ୟାଙ୍ଗ୍ ଦୋକାନ, ମଲରେ ଗହଳି ସୁଯୋଗ ନେଇ ଲୁଟୁଛନ୍ତି। ରାଜଧାନୀରେ ଏଭଳି ୧୦ରୁ ଉର୍ଦ୍ଧ୍ବ ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍ ସକ୍ରିୟ ଥିବା କମିଶନରେଟ୍ ପୁଲିସ୍ ତଥ୍ୟରୁ ଜଣାପଡ଼ିଛି। କମିସନରେଟ୍ ପୁଲିସ ଏଭଳି ଗୋଟିଏ ପରେ ଗୋଟିଏ ଗ୍ୟାଙ୍ଗକୁ ଠାବ କରିବା ପରେ ନୂଆ ଗ୍ୟାଙ୍ଗର ଗୁମର ପଦାକୁ ଆସୁଛି। ଏହା ଏବେ କମିସନରେଟ୍ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ୍ ସୃଷ୍ଟି କରିଛି। ଭୁବନେଶ୍ବରରୁ ବାଇକ୍ ଚୋରି କରିବା ପରେ ତା’ର ପାର୍ଟସ୍ସବୁକୁ ଅଲଗା ଅଲଗା କରି ଦେଉଥିଲେ। ପରେ ଅଲଗା ଅଲଗା ବାଇକ୍ର ପାର୍ଟସ୍ ମିଶାଇ ଆଉ ଏକ ବାଇକ୍ ପ୍ରସ୍ତୁତ କରୁଥିଲେ ଏବଂ ତାହାକୁ ପଶ୍ଚିମ ବଙ୍ଗ ପଠାଇ ଦେଉଥିଲେ। କିଛି ବାଇକ୍ ଇଞ୍ଜିନ୍ ଗୁଡ଼ିକୁ ବୋଟ୍ଇଞ୍ଜିନ ପାଇଁ ବିକ୍ରି କରୁଥିଲେ। ସେହିଭଳି କିଛି ଚୋରି ବାଇକ୍ କୁ ଡକାୟତିରେ ବ୍ୟବହାର କରୁଥିଲେ।ଆଉ କିଛି ଗ୍ୟାଙ୍ଗ ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ଗ୍ରାହକଙ୍କୁ ରାସ୍ତାରେ ଲୁଟ କରୁଛନ୍ତି। ଏମାନଙ୍କ ଭିତରୁ ଜଣେ ଦି’ଜଣ ବ୍ୟାଙ୍କ ଭିତରେ ରହି ଟଙ୍କା ଉଠାଉ ଥିବା ବ୍ୟକ୍ତିଙ୍କ ଉପରେ ନଜର ରଖନ୍ତି ଏବଂ ବାହାରେ ଅପେକ୍ଷା କରିଥିବା ଗ୍ୟାଙ୍ଗର ଅନ୍ୟମାନଙ୍କୁ ଟିକିନିଖି ଖବର ଜଣାନ୍ତି। ବାହାରେ ଥିବା ଲୁଟେରାମାନେ ଉକ୍ତ ବ୍ୟକ୍ତିଙ୍କୁ ପିଛା କରି ରାସ୍ତାରେ ଛିନ୍ତାଇ କରନ୍ତି।ସେହିପରି ତାମିଲ୍ ଗ୍ୟାଙ୍ଗର ଲୁଟର ତରିକା ଅଲଗା। ଏହି ଗ୍ୟାଙ୍ଗର କିଛି ସଦସ୍ୟ ନିଜକୁ ମୂକ, ବଧିର ସଜାଇ ଭିକ ବା ସାହାଯ୍ୟ ମାଗିବା ଆଳରେ ଘର ଘର ବୁଲନ୍ତି। ବିଶେଷ କରି ସକାଳୁ ସକାଳୁ ଏମାନେ ମଉକା ଦେଖି ଘରେ ପଶି ମୋବାଇଲ୍, ଲାପଟପ୍ ଭଳି ଦାମୀ ଜିନିଷ ଧରି ପାର୍ହୋଇଯାଆନ୍ତି।ଏମାନେ ମେସ୍, ହଷ୍ଟେଲକୁ ବେଶି ନଜରରେ ରଖନ୍ତି। ଯଦି ଏମାନେ ଧରା ପଡ଼ିଯାଆନ୍ତି, ପାଖରେ ରଖିଥିବା ମୂକ, ବଧିର ସାର୍ଟିଫିକେଟ୍ଦେଖାଇ ଲୋକଙ୍କୁ ଚକ୍ମା ଦେଇ ଚମ୍ପଟ ମାରିବାକୁ ଚେଷ୍ଟା କରନ୍ତି।

Leave a Reply

Your email address will not be published. Required fields are marked *