Wed. Oct 14th, 2026

ଆଜିକାଲିର ଯୁଗର ମୋଟାପା ଲୋମାନଙ୍କର ଏକ ବଡ଼ ସମସ୍ୟା ପାଲଟି ଗଲାଣି । କାରଣ ବର୍ତ୍ତମାନ ସମୟରେ ସମସ୍ତଙ୍କର ପସନ୍ଦ ଫାଷ୍ଟ ଫୁଡ ବା ଜଙ୍କ ଫୁଡ଼। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ୟ୍ୟନ୍ତ ଜଙ୍କଫୁଡକୁ ଖାଇବା ପ୍ରତି ଗୁରୁତ୍ଵ ଦେଉଛନ୍ତି। ଏ ସବୁ ଅସ୍ଵାସ୍ଥ୍ୟକର ଜାଣି ମଧ୍ୟ ଏହାକୁ ବହୁ ମାତ୍ରାରେ ଖାଇବା ଏବଂ କୌଣସି ଶାରୀରିକ ପରିଶ୍ରମ ନଥିବାରୁ ଘରେ ଘରେ ମେଦ ବହୁଳତା ଶିକାର ଲୋକଙ୍କୁ ଦେଖିବାକୁ ମିଳୁଛି। ଯାହାକୁ ନେଇ ମୋଟାପା ବର୍ତ୍ତମାନ୍ ଏକ ବେମାରିରେ ପରିଣତ ହୋଇଛି। ଟିକେ ସତର୍କ ନହେଲେ ଦେହରେ ଚର୍ବି ଲାଗିବା ଅତି ସାଧାରଣ କଥା। ଶରୀର ଓଜନ ଦୈନିକ ଗ୍ରହଣ କରୁଥିବା କ୍ୟାଲୋରି ଉପରେ ନିର୍ଭର କରିଥାଏ। ଅଧିକ କ୍ୟାଲୋରି ଯୁକ୍ତ ଖାଦ୍ୟ ଖାଇ ବ୍ୟାୟାମ ନକରିବା ଯୋଗୁଁ ଓଜନରେ ବୃଦ୍ଧି ହୋଇଥାଏ ବୋଲି ଡାକ୍ତର କହିଥିବା ବେଳେ ଏହି ମେଦବହୁଳତା ଯୋଗୁଁ ହୃଦଘାତ ହେବାର ସମ୍ଭାବନା ଥାଏ। ଛାତିରେ ଯନ୍ତ୍ରଣା ହୋଇଥାଏ। ଲିଭର ସମସ୍ୟା ଦେଖାଯିବା ସହ ଶରୀରରେ କୋଲେଷ୍ଟ୍ରଲର ପରିମାଣ ଅଧିକ ରହିବା ଦ୍ଵାରା ଡାଇବେଟିସ ଏବଂ ରକ୍ତଚାପ ଭଳି ରୋଗର ଶିକାର ହେବାର ଆଶଙ୍କା ବଢ଼ିଯାଇଥାଏ ବୋଲି କହିଛନ୍ତି ଡାକ୍ତର ତାପସ ମିଶ୍ର।ବ୍ୟସ୍ତ ବହୁଳ ଦୁନିଆରେ ନିଜକୁ ଫିଟ୍ ରଖିବା ପାଇଁ ଜିମ ଏବେ ସାଜିଛି ଲୋକଙ୍କ ପ୍ରଥମ ପସନ୍ଦ। ଜିମ ଟ୍ରେନର ଙ୍କ ଠାରୁ ଡାଏଟ୍ ପ୍ଲାନ୍ ଏବଂ ବ୍ୟାୟାମ କରି କମାଉଛନ୍ତି ନିଜ ଓଜନ । ଜିମ୍ ଟ୍ରେନର ଙ୍କ କହିବା ମୁତାବକଆଜିକାଲି ଯୁବପିଢି ନିଜ ସ୍ୱାସ୍ଥ୍ୟକୁ ନେଇ ବେଶ ସଚେତନ। କିପରି ଫିଟ୍ ରହିବେ, ମୋଟା ନ ହେବେ ସେଥିପାଇଁ ଅହରହ ପ୍ରଚେଷ୍ଟା କରୁଛନ୍ତି। କିନ୍ତୁ ଯୁବପିଢୀଙ୍କ ପସନ୍ଦ ଫାଷ୍ଟ ଫୁଡ ବା ଜଙ୍କ ଫୁଡ୍ ହୋଇଥିବାରୁ ମେଦ ବହୁଳତା ବଢୁଛି।ଘରେ ଘରେ ମେଦ ବହୁଳତା ସମସ୍ୟା । ୧୦୦ ପ୍ରତିଶତ ରୁ ୮୫ ପ୍ରତିଶତ ଲୋକ ଏବେ ମୋଟାପାକୁ ନେଇ ଚିନ୍ତାରେ। ତେବେ ନିଜ ଲାଇଫ ଷ୍ଟାଇଲରେ ପରିବର୍ତ୍ତନ ଆଣିଲେ ଆମେ ବହୁ ମାତ୍ରାରେ ଏହି ରୋଗରୁ ଦୁରେଇ ପାରିବା।

Leave a Reply

Your email address will not be published. Required fields are marked *