ଭାରତୀୟ କ୍ରିକେଟ୍ କିମ୍ବଦନ୍ତୀ ସୌରଭ ଗାଙ୍ଗୁଲି ତ୍ରିପୁରାର ବ୍ରାଣ୍ଡ ଆମ୍ବାସାଡର ହେବାକୁ ଯାଉଛନ୍ତି। ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ମଙ୍ଗଳବାର ତ୍ରିପୁରାର ପର୍ୟ୍ୟଟନ ମନ୍ତ୍ରୀ ସୁଶାନ୍ତ ଚୌଧୁରୀଙ୍କ ସହ ତାଙ୍କ କୋଲକାତା ସ୍ଥିତ ବାସ ଭବନରେ ଏକ ବୈଠକ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।ବୈଠକ ପରେ ଗାଙ୍ଗୁଲି କହିଛନ୍ତି, ‘ମୁଁ ପ୍ରସ୍ତୁତ ଅଛି, ଆଜି ରାତି ସୁଦ୍ଧା ସବୁ କିଛି ଚୂଡ଼ାନ୍ତ ହୋଇଯିବ’।ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା କହିଛନ୍ତି, ‘ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଜୀ ତ୍ରିପୁରା ପର୍ୟ୍ୟଟନର ବ୍ରାଣ୍ଡ ଆମ୍ବାସାଡର ହେବା ପାଇଁ ଆମର ପ୍ରସ୍ତାବକୁ ଗ୍ରହଣ କରିବା ଅତ୍ୟନ୍ତ ଗର୍ବର ବିଷୟ। ଆଜିତାଙ୍କ ସହ ଟେଲିଫୋନ୍ୟୋଗେ କଥାବାର୍ତ୍ତା ହୋଇଛି। ଗାଙ୍ଗୁଲିଙ୍କ ଯୋଗଦାନ ନିଶ୍ଚିତ ଭାବେ ରାଜ୍ୟର ପର୍ୟ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହନ ଦେବ ବୋଲି ମୋର ବିଶ୍ୱାସ ରହିଛି’। ରାଜ୍ୟରେ ପର୍ୟ୍ୟଟନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି ବୋଲି ତ୍ରିପୁରା ପର୍ୟ୍ୟଟନ ମନ୍ତ୍ରୀ ସୁଶାନ୍ତ ଚୌଧୁରୀ କହିଛନ୍ତି। ମନ୍ତ୍ରୀ ଚୌଧୁରୀ ବିଶ୍ୱାସ କରନ୍ତି ଯେ ବ୍ରାଣ୍ଡ ଆମ୍ବାସାଡର ଭାବରେ ତାଙ୍କ ପରି ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ରହିବା ତ୍ରିପୁରାର ପର୍ୟ୍ୟଟନ କ୍ଷେତ୍ରକୁ ବହୁତ ଉପକୃତ କରିବ। ପର୍ୟ୍ୟଟନ ମନ୍ତ୍ରୀ କହିଛନ୍ତି, ‘ଆମ ତ୍ରିପୁରା ରାଜ୍ୟ ପର୍ୟ୍ୟଟନକୁ ବିଶ୍ୱ ପାଖରେ ପହଞ୍ଚାଇବା ପାଇଁ ପ୍ରୋତ୍ସାହନ ଏବଂ ଉପଯୁକ୍ତ ବ୍ରାଣ୍ଡିଂର ଆବଶ୍ୟକତା ରହିଛି ଏବଂ ଏଥିପାଇଁ ଆମକୁ ଜଣେ ଲୋକପ୍ରିୟ ବ୍ରାଣ୍ଡ ଆମ୍ବାସାଡର ଦରକାର ଯିଏକି ସମଗ୍ର ବିଶ୍ୱରେ ପରିଚିତ ଥିବେ। ତ୍ରିପୁରାର ପର୍ୟ୍ୟଟନକୁ ସମଗ୍ର ବିଶ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ଆମର ପ୍ରିୟ ଦାଦା ସୌରଭ ଗାଙ୍ଗୁଲିଙ୍କ ଠାରୁ ଅଧିକ ଲୋକପ୍ରିୟ ବ୍ୟକ୍ତିତ୍ୱ ଆଉ କିଏ ହୋଇପାରେ’? ବୋଲି ସେ କହିଛନ୍ତି।
You May Also Like
ତିନିଦିନ ଚାଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ
September 20, 2024
ଡେଙ୍ଗୁ ଜ୍ୱରକୁ ମହାମାରୀ ଘୋଷଣା
September 3, 2024
ରାଜ୍ୟସ୍ତରୀୟ ଦେଶଭକ୍ତିର କାର୍ଯ୍ୟକ୍ରମ – “ମାତୃଭୂମିକୁ ପ୍ରଣାମ ଉତ୍ସବ”
August 15, 2024
More From Author
ବନ୍ଦ୍ ହୋଇଯିବ ଇଣ୍ଟରନେଟ!
July 13, 2023
ବିଜେପି ଜାତୀୟ କାର୍ଯ୍ୟକାରୀ କମିଟିରେ ସମୀର
July 13, 2023
ସଂରକ୍ଷିତ ଜଙ୍ଗଲରୁ ବାରହା ମାଂସ ଜବତ, ୨ଗିରଫ
July 12, 2023
+ There are no comments
Add yours