ଶବ୍ଦ ଓଡିଶା ବ୍ୟୁରୋ: ପ୍ରଚଣ୍ଡ ଖରାରେ ସିଝୁଛି ଓଡ଼ିଶା । ଆଜି ବି ଖରା ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେବେ ରାଜ୍ୟବାସୀ । ସକାଳ ୮ଟାଠୁ ପ୍ରଚଣ୍ଡ ତାତି ଅନୁଭୂତ ହେଉଛି । ଦିନ ୪ଟା ପୂର୍ବରୁ ବାହାରକୁ ବାହାରିବା କଷ୍ଟକର ହୋଇପଡୁଛି । ଅତି ଜରୁରୀ କାମ ନଥିଲେ ଲୋକେ ବାହାରକୁ ବାହାରୁ ନାହାନ୍ତି । ପଶ୍ଚିମ ଓଡ଼ିଶାରେ ଅଧିକ ତାତି ଅନୁଭୂତ ହେଉଛି । ଗତକାଲି ୨୫ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ନୂଆପଡା । ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ କରାଯାଇଥିଲା ।
