Thu. Oct 15th, 2026

ଝିଅମାନଙ୍କୁ ସରକାରୀ ଆତ୍ମନିଯୁକ୍ତି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ସରକାରଙ୍କ ପ୍ରୟାସ ଯେଉଁ ବାଳିକାମାନେ ୯ମ ପର୍ଯ୍ୟନ୍ତ ଶିକ୍ଷା ପାଇ ସ୍କୁଲ ବାହାରେ ଅଛନ୍ତି (୧୫ରୁ୧୯ ବର୍ଷ ପର୍ଯ୍ୟନ୍ତ) ସ୍କୁଲ ଓ ଶିକ୍ଷାନୁଷ୍ଠାନରୁ ଦୂରେଇ ଯାଇଛନ୍ତି ସେମାନଙ୍କୁ ତାଲିମ ସହ ବିଭିନ୍ନ ସରକାରୀ ଅନୁଷ୍ଠାନରେ ଆତ୍ମ ନିଯୁକ୍ତି ଦିଆଯିବ। ଏ ସମସ୍ତ କାର୍ଯ୍ୟକ୍ରମ ବ୍ଲକ ଶିକ୍ଷା ଅଧିକାରୀ ଓ ଆଇ ସି ଡି ଏସ, ଅଧିକାରିଣୀଙ୍କ ପ୍ରତ୍ୟକ୍ଷ ତତ୍ବବଧାନରେ ସହଯୋଗରେ ସଂପାଦନ କରାଯାଇଛି। ଠିକ୍ ସେଇଭଳି ଭାବେ ଯେଉଁ ବାଳିକା ୪ବର୍ଷରୁ ୧୪ ବର୍ଷ ମଧ୍ୟରେ ଅଛନ୍ତି ସେମାନଙ୍କୁ ମୁକ୍ତ ବିଦ୍ୟାଳୟ ଓ ସରକାରୀ ସ୍କୁଲରେ ନାମ ଲେଖାଇ ସମସ୍ତ ସହଯୋଗ କରାଯାଇ ଶିକ୍ଷା ଦିଆଯିବ। ଆଜି ତାଲିମ ଶିବିରରେ ୫୩ଜଣ ୧୫ବର୍ଷରୁ ୧୯ ବର୍ଷ କିଶୋରୀ ବାଳିକାଙ୍କୁ ବିଭିନ୍ନ ସରକାରୀ ସଂସ୍ଥା ଆଇ ଟି ଆଇ, ,ପଲିଟେକନିକ ଓ ଖାଦ୍ୟ ପ୍ରସ୍ତୁତି ଆଦି ଅନୁଷ୍ଠାନରେ ଆତ୍ମ ନିଯୁକ୍ତି ଦିଆଗଲା ତତ୍ ସଙ୍ଗେ ୪ରୁ୧୪ ବର୍ଷ ୬ଜଣ ବିଳିକାଙ୍କୁ ମୁକ୍ତ ବିଦ୍ୟାଳୟରେ ନାମ ଲେଖାଯାଇଛି।ଏହି କାର୍ଯ୍ୟକ୍ରମକୁ ବାଣପୁର ବ୍ଲକ ବିଇଓ ଶ୍ରୀ ସନାତନ ଜାଲି ପରିଚାଳନା କରିଥିବା ସମୟରେ ବାଣପୁର ବ୍ଲକ ଆଇ ସି ଡି ଏସ ଅଧିକାରିଣୀ ଶ୍ରୀମତି ସୁଜାତା ତ୍ରୀପାଠି ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ସଂଯୋଜିକା ସ୍ବାତୀ ତନ୍ମୟା ମିଶ୍ର ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟର ଏବିଇଓ, ବିଆରସିସି, ସିଆରସିସି ତଥା ବ୍ଲକ ଏନ୍ଏସିର ଅଙ୍ଗନଓ୍ବାଡି କର୍ମି କାର୍ଯ୍ୟକ୍ରମରେ ସହଯୋଗ ସହ ଉପସ୍ଥିତ ଥିଲେ। ବ୍ଲକ ଓ ଏନ୍ଏସିର ବହୁସଂଖ୍ୟାରେ କିଶୋରି ବାଳିକା ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *