ଆଡିଡାସ୍ ହେଲା ଟିମ୍ ଇଣ୍ଡିଆର ନୂଆ କିଟ୍ ସ୍ପନସର । ଆଗାମୀ ୫ ବର୍ଷ ପାଇଁ ଏହି ଚୁକ୍ତି ହୋଇଥିବା ଜଣାପଡିଛି । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଚିବ ଜୟ ଶାହା ଏନେଇ ଘୋଷଣା କରିଛନ୍ତି । ସେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ।ବର୍ତ୍ତମାନ ଭାରତୀୟ ଟିମ୍ ଏବେ ଆଇପିଏଲ୍ ୨୦୨୩ ଖେଳୁଛନ୍ତି ।ଯେଉଁଥିରେ କି ବିଭିନ୍ନ ପ୍ରାଞ୍ଚାଇଜ୍ର ଜର୍ସି ପିନ୍ଧୁଥିବାର ନଜର ଆସୁଛନ୍ତି । ତେଣୁ ଏହାପରେ ୨୦୨୩ ବିଶ୍ୱ ଟେଷ୍ଟ ଚମ୍ପିଆନ୍ସିପ୍ ଫାଇନାଲରେ ନୂଆ ଜର୍ସିରେ ନଜର ଆସିପାରନ୍ତି ଟିମ୍ ଇଣ୍ଡିଆ ସଦସ୍ୟ । ଜୁନ୍ ୭ରେ ଇଂଲଣ୍ଡରେ ଅଷ୍ଟ୍ରେଲିଆ ବିରୋଧରେ ବିଶ୍ୱ ଟେଷ୍ଟ ଚମ୍ପିଆନ୍ସିପ୍ର ଫାଇନାଲ ମୁକାବିଲା ଖେଳିବ ଟିମ୍ ଇଣ୍ଡିଆ ।ବିସିସିଆଇ ସଚିବ ଜୟ ଶାହା ଟ୍ୱିଟ୍ରେ ଲେଖିଛନ୍ତି ଯେ, ଭାରତୀୟ କ୍ରିକେଟ୍ ଟିମ୍ର କିଟ୍ ସ୍ପନସର ଭାରେ ଆଡିଡାସ ସହିତ ଚୁକ୍ତି କରିଛି । ଆମେ ଏହାକୁ ଘୋଷଣା କରି ବହୁତ ଖୁସି ଅନୁଭବ କରୁଛି । ଆମେ କ୍ରିକେଟ୍ ଖେଳକୁ ଆଗକୁ ନେବାକୁ ପ୍ରତିବଦ୍ଧତା । ତେଣୁ ଦୁନିଆର ସବୁଠୁ ବଡ଼ ସ୍ପୋର୍ଟସ କମ୍ପାନୀ ସହିତ ଆମେ ଚୁକ୍ତି କରିଛୁ । ବିସିସିଆଇ ଆଡିଡାସ ସହିତ ୫ ବର୍ଷ ଲାଗି ଚୁକ୍ତି କରିଛି । ଆସନ୍ତା ଜୁନ୍ ମାସରୁ ଏହି ଚୁକ୍ତିର ସମୟସୀମା ଆରମ୍ଭ ହେଉଛି ।ସୂଚନାଯୋଗ୍ୟ ଯେ, ଗତ କିଛି ବର୍ଷ ହେଲା ବିସିସିଆଇ ଲଗାତର ଭାବେ କିଟ୍ ସ୍ପନସର ବଦଳାଉଛି । ୨୦୨୦ରେ ନାଇକି ସହିତ ଚୁକ୍ତି ଶେଷ କରି ବାଇଜୁସ୍ ସହ କରିଥିଲେ । ଏହାପରେ ଏମପିଏଲ ସହ କିଟ୍ ସ୍ପନସର ନେଇ ଚୁକ୍ତି କରିଥିଲେ । ବିସିସିଆଇର ଚୁକ୍ତି ଏମପିଏଲ ସହିତ ୨୦୨୩ ଶେଷ ପର୍ଯ୍ୟନ୍ତ ଥିଲା । କିନ୍ତୁ ଏବେ ଅଧାରୁ ଏହି ଚୁକ୍ତିକୁ ବାତିଲ କରାଯାଇଛି । ଯାହାପରେ କିଲର ଭାରତୀୟ ଟିମ୍ ନୂଆ ସ୍ପନସର ହୋଇଥିଲା । ଏମପିଏଲ ଭାରତୀୟ କ୍ରିକେଟ୍ ବୋର୍ଡ ପ୍ରତି ମ୍ୟାଚ୍ ପିଛା ୬୫ ଲକ୍ଷ ହିସାବରେ ତିନି ବର୍ଷରେ ୯ କୋଟି ନେଇ ଚୁକ୍ତି ହୋଇଥିଲା । ମାତ୍ର ପାଞ୍ଚ ମାସରେ ଏହି ଚୁକ୍ତି ଭାଙ୍ଗିଥିଲା । ଆଉ ଏବେ ଆଡିଡାସ ସହିତ ନୂତନ ଚୁକ୍ତି କରିଛି ବିସିସିଆଇ ।