କିଏ ହେବ ବାଚସ୍ପତି?

କିଏ ହେବ ବାଚସ୍ପତି? ବିରୋଧୀଙ୍କ କଟାକ୍ଷ ଓ ସରକାରଙ୍କ ସଫେଇକୁ ନେଇ ଗୃହର ହୋ ହଲ୍ଲାରେ ସଭାପତିତ୍ୱ କରିବେ କିଏ? ଏହି ପଦବୀକୁ ନେଇ ଏବେ ଚର୍ଚ୍ଚା ଜୋରଦାର । ବିଜେଡ଼ଇ ସୁପି୍ରିମୋ ଏହି ପଦବୀରେ କାହାକୁ ବସାଇବେ, ତାହା ଉପରେ ରହିଛି ସମସ୍ତଙ୍କ ନଜର । ଦଳର ବରିଷ୍ଠ ନେତା ଅମର ଶତପଥୀ, ପ୍ରଫୁଲ୍ଲ ସାମଲ ଓ ସ୍ନେହାଙ୍ଗୀନୀ ଛୁରିଆଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଚର୍ଚ୍ଚାରେ ବିଜେଡ଼ିର ବରିଷ୍ଠ ନେତା ଦେବୀ ମିଶ୍ରଙ୍କ ନାଁ ମଧ୍ୟ ସାମିଲ ଅଛି । ସେପଟେ ସବୁ କ୍ଷେତ୍ରରେ ବିଜେଡ଼ି ସୁପ୍ରିମୋ ମହିଳାଙ୍କୁ ଗୁରୁତ୍ୱ ଦେଉଛନ୍ତି । ସେହି ଦୃଷ୍ଟିରୁ ସ୍ନେହାଙ୍ଗିନୀ ଛୁରିଆଙ୍କ ନାଁ ସବୁଠୁ ଆଗରେ ରହିଛି । ସେପଟେ ବରିଷ୍ଠତା ଦୃଷ୍ଟିରୁ ପ୍ରଫୁଲ୍ଲ ସାମଲ ଓ ଅମର ଶତପଥୀଙ୍କ ନାଁରେ ମଧ୍ୟ ମୋହର ବାଜିବାର ସମ୍ଭାବନା ରହିଛି । ପୂର୍ବତନ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେଇ ମନ୍ତ୍ରୀ ପଦ ପାଇଥିବାରୁ ଏହି ପଦବୀ ଖାଲି ରହିଛି । ସେପଟେ ନିର୍ବାଚନ ପାଖେଇ ଆସୁଥିବାରୁ ଯେଉଁ ଜିଲ୍ଲାରେ ମନ୍ତ୍ରୀ ହୋଇନାହାନ୍ତି, ସେହି ଜିଲ୍ଲାରୁ ଜଣଙ୍କୁ ବାଚସ୍ପତି କରି ସଂଗଠନ ମଜବୁତ କରିବାକୁ ପ୍ରୟାସ କରିପାରନ୍ତି ବିଜେଡ଼ି ସୁପ୍ରିମୋ । ଚର୍ଚ୍ଚା ଅନୁସାରେ ନବ ନିର୍ବାଚିତା ବିଧାୟିକା ଦୀପାଳି ଦାସଙ୍କୁ ମିଳିପାରେ ମନ୍ତ୍ରୀ ପଦ । ଆଉ ଝାରସୁଗୁଡା ନିର୍ବାଚନରେ ଯେଉଁ ନେତାମାନେ ଝାଳ ବୁହାଇଥିଲେ ସେହି କିଛି ପ୍ରମୁଖ ନେତାଙ୍କୁ ପୁରସ୍କାର ଆକାରରେ ମନ୍ତ୍ରୀ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଝାରସୁଗୁଡା ପର୍ୟ୍ୟବେକ୍ଷକ ସାରଦା ନାୟକ, ପଶ୍ଚିମ ଓଡିଶାର ଟାଣୁଆ ସଂଗଠକ ସୁଶାନ୍ତ ସିଂହଙ୍କୁ ମନ୍ତ୍ରୀ ପଦ ମିଳିପାରେ । ସେହିପରି ଗଂଜାମ ଜିଲ୍ଲାରୁ ଏକାଧିକ ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିପାରେ ବୋଲି ଚର୍ଚ୍ଚା କରାଯାଉଛି । ଏଥିରେ ଅଛନ୍ତି ବିଧାୟିକ ଲତିକା ପ୍ରଧାନ, ବାଚସ୍ପତି ପଦ ଛାଡିଥିବା ବିକ୍ରମ କେଶରୀ ଆରୁଖ ଏବଂ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ।ତେବେ ମନ୍ତ୍ରୀମଣ୍ଡଳ ଅଦଳବଦଳ ଚର୍ଚ୍ଚା ଭିତରେ ପ୍ରତିକ୍ରିୟା ରଖିଛନ୍ତି ଗଂଜାମ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚାଓ ପଟ୍ଟନାୟକ । କହିଛନ୍ତି, ଗଂଜାମ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ସବୁବେଳେ ପ୍ରାଧାନ୍ୟ ଦେଇ ଆସିଛନ୍ତି । ଗଂଜାମ ବଡ ଜିଲ୍ଲା ହୋଇଥିବାରୁ ଦୁଇଟି ମନ୍ତ୍ରୀପଦ ମିଳିପାରେ ବୋଲି ଚାଓପଟ୍ଟନାୟକ କହିଛନ୍ତି ।

You May Also Like

More From Author

+ There are no comments

Add yours