ଲୁହାଗୁଡ଼ି ଢାବାରୁ ବିରଳ ପ୍ରଜାତିର ପାଟମୂଷା ଉଦ୍ଧାର, ରାଜପୁତ ହଟେଲର ମାଲିକ ଗିରଫ

ମୋହନା :ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଲୁହାଗୁଡ଼ି ଛକ ସ୍ଥିତ ହୋଟେଲ ରାଜପୁତ ଢାବାରୁ ଉଦ୍ଧାର ହୋଇଛି ଏକ ପାଟ ମୂଷା । ବେଆଇନ ଭାବେ ଏହି ମୁଷାକୁ ରଖିଥିବା ଅଭିଯୋଗରେ ହୋଟେଲ ରାଜପୁତ ଢ଼ାବା ମାଲିକ ଭରତ ବିଷୋୟୀଙ୍କୁ ଗିରଫ କରିଛି ବନ ବିଭାଗ । ଉଦ୍ଧାର ହୋଇଥିବା ବନ୍ୟ ଜନ୍ତୁ ବିରଳ ପ୍ରଜାତିର ହୋଇଥିବା ବେଳେ ଏହା ବେଲଶେରୀ ମୂଷା ତଥା ରେଡ ଜ୍ୟଆଣ୍ଟ ସ୍କାରେଲ ବୋଲି ଜଣାପଡିଛି । ଯାହା ବନ୍ୟପ୍ରାଣୀ ଆଇନ ୧୯୭୨ ଅନୁଯାୟୀ ଏହା ସେଡୁଲ ୧ ରେ ଅନ୍ତର୍ଭୁକ୍ତ ରହିଛି । ରାଜପୁତ ଢାବାରେ ଏହାକୁ ଏକ ପିଞ୍ଜରା ଭିତରେ ବନ୍ଦୀ କରି ରଖାଯାଇଥିଲା । ହୋଟେଲକୁ ଖାଇବାକୁ ଆସୁଥିବା ଗ୍ରାହକଙ୍କ ମନ ମୋହୁଥିଲା ଏହି ମୂଷା । ଖୋର୍ଦ୍ଧା ଜିଲ୍ଲାର ଅବତୈନିକ ବନ୍ୟପ୍ରାଣୀ ତତ୍ୱାବଧାରକ ସୁବେନ୍ଧୁ ମଲ୍ଲିକ , ରାଜ୍ୟ ର ବନ୍ୟପ୍ରାଣୀ ସିସିଏଫ ମନୋଜ ନାୟକ ଏକ ଭିଡିଓ ସହ ଅଭିଯୋଗ କରିଥିଲେ । ଏହା ପରେ ତୁରନ୍ତ ପଦକ୍ଷେପ ପାଇଁ ପାଇଁ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ସିସିଏଫ। ଅଭିଯୋଗ ପରେ ଗତକାଲି ଚନ୍ଦ୍ରଗିରି ବାନାଞ୍ଚଳର ବନ ବିଭାଗୀୟ କର୍ମଚାରୀ ଓ ସ୍ବତନ୍ତ୍ର ଟିମ୍ ଲୁହାଗୁଡ଼ି ରାଜପୁତ ହୋଟେଲରେ ଚଢାଉ କରି ଉଦ୍ଧାର କରିଥିଲେ ବିରଳ ମୂଷାଟିକୁ ।

You May Also Like

More From Author

+ There are no comments

Add yours