ବଜ୍ରଘାତ ରେ ଯୁବକ ମୃତ୍ୟୁ

ଚନ୍ଦାହାଣ୍ଡି -ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନ ଚକାମାଳ ଗ୍ରାମର ଖଗେରାମ ପଟେଲ (40) ନାମକ ଜଣେ ଯୁବକ ବଜ୍ରାଘାତ ରେ ପ୍ରାଣ ହରାଇଛନ୍ତି । ଏ ନେଇ ଚନ୍ଦାହାଣ୍ଡି ଥାନା ଆଇ ଆଇ ସି ଉମେଶ ଚନ୍ଦ୍ର ନାୟକ ଗଣମାଧ୍ୟମ କୁ ପ୍ରକାଶ କରିଛନ୍ତି l ଚନ୍ଦାହାଣ୍ଡି ଥାନ ୟୁଡ଼ି କେସ ନଂ 11/23 ଅନୁସାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଏହାର ତଦନ୍ତ ଭାର ଏସ ଆଇ ଶିବ ପ୍ରସାଦ ମହାନ୍ତି ଙ୍କୁ ହସ୍ତାନ୍ତର କରିଥିବା ନେଇ ଶ୍ରୀ ନାୟକ ସୂଚନା ଦେଇଛନ୍ତି l ମୃତକ ଜଣେ ଗରିବ ଶ୍ରେଣୀ ର ଲୋକ ହୋଇଥିବା ରୁ ପ୍ରଶାସନ ତୁରନ୍ତ ସହାୟତା ଯୋଗାଇ ଦେବା କୁ ସମାଜ ସେବୀ ଦୀନବନ୍ଧୁ ମାଝି ଓ ଗ୍ରାମବାସୀ ମାନେ ଦାବି କରିଛନ୍ତି l
ପୋଲିସ ସୂତ୍ର ଅନୁସାରେ ଚକାମାଳ ଗ୍ରାମର ଖଗେରାମ ପଟେଲ ରବିବାର ଦିନ 3 ଟା ସମୟ ରେ ଘର ଠାରୁ 1 କି ମି ଦୂର ପଡିଆକୁ ଶୌଚ ପାଇଁ ଯାଇ ଥିଲେ l ହଠାତ ଘଡ଼ଘଡି ସହ ବଜ୍ରାଘାତ ହେବା ରୁ ସେ ଘଟଣା ସ୍ଥଳ ରେ ହିଁ ଟଳି ପଡି ଥିଲେ l ଖଗେରାମ ବଜ୍ରଘାତ ରେ ମରିପଡି ଥିବା କିଛି ଲୋକ ପରିବାର କୁ ଖବର ଦେବା ପରେ ମୃତକଙ୍କ ପୁଅ ହେମରାଜ ପଟେଲ, ସମାଜସେବୀ ଦୀନବନ୍ଧୁ ମାଝି ଏବଂ ୱାର୍ଡ ସଭ୍ୟ ହେମନ୍ତ ସୋରିଙ୍କ ସହ ଥାନାକୁ ଯାଇ ଏତଲା ଦେବା ପରେ ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଏସ ଆଇ ଶିବ ପ୍ରସାଦ ମହାନ୍ତି ଘଟଣାସ୍ଥଳକୁ ଯାଇ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଦେଇଥିଲେ l ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରି ଘଟଣାର ଅଧିକ ତଦନ୍ତ ଚଲାଇ ଥିବା ନେଇ ତଦନ୍ତକାରୀ ଅଫିସର ଏସ ଆଇ ଶିବ ପ୍ରସାଦ ମହାନ୍ତି ପ୍ରକାଶ କରିଛନ୍ତି l
ନବରଙ୍ଗପୁରରୁ ମୁକୁନ୍ଦ ବେଶ୍ରା,ଶବ୍ଦ ମିଡିଆ

You May Also Like

More From Author

+ There are no comments

Add yours