ମହାନଦୀ ଜଳ ବିବାଦ: ଓଡ଼ିଶାରେ ଟ୍ରିବ୍ୟୁନାଲ ଟିମ୍‌

ଦଶ ଦିନିଆ ଓଡ଼ିଶା ଗସ୍ତରେ ଥିବା ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ଟିମ୍ ପ୍ରଥମ ଦିବସରେ ହୀରାକୂଦ ଡ୍ୟାମ୍ ସ୍ଥିତି ପରଖିଛନ୍ତି । ଏଥିସହ କିଛି ମେଗାଲିପ୍ଟ ପଏଣ୍ଟ ବି ଦେଖିଛନ୍ତି । ତେବେ ଟିମ୍ ସଦସ୍ୟମାନେ ହୀରାକୂଦ ଜଳଭଣ୍ଡାରର ଜଳଧାରଣର କ୍ଷମତା, ଗ୍ରୀଷ୍ମଦିନେ କେତେ ଜଳ ରହିବାକଥା ଓ ରହିଛି କେତେ, କାହିଁକି ଜଳ କମୁଛି, ଓଡ଼ିଶା-ଛତିଶଗଡ଼ ମଧ୍ୟରେ ବିବାଦର ମୂଳକାରଣକୁ ଖୋଜିବାକୁ ଚେଷ୍ଟା କରିଛନ୍ତି ।

ଶନିବାର ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଟିମ ଦ୍ୱିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ କରିଛନ୍ତି । ଶୁକ୍ରବାର ଟ୍ରିବ୍ୟୁନାଲ୍ କିଛି ସଦସ୍ୟ ଝାରସୁଗୁଡ଼ା ବିମାନବନ୍ଦରର ପହଞ୍ଚିି ସମ୍ବଲପୁରରେ ଅବସ୍ଥାନ କରିଥିଲେ । ବାକି ଟିମ ସଦସ୍ୟ ଅନୁରୂପ ପଥରେ ଆସି ସମ୍ବଲପୁର ପହଞ୍ଚିଥିଲେ । ହେଲେ ହୀରାକୂଦ ଯିବା ପୂର୍ବରୁ ସବୁ ସଦସ୍ୟ ସ୍ଥାନୀୟ ଅଶୋକ ନିବାସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏକାଠି ହୋଇଥିଲେ । ଏଥିରେ ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ହୀରାକୂଦ ଉପରେ ରିପୋର୍ଟ ଉପସ୍ଥାପନ କରିଥିଲେ ।

ଏହାପରେ ଟ୍ରିବ୍ୟୁନାଲ୍ ଟିମ୍ ମଧ୍ୟାନ୍ନ ଭୋଜନ ପୂର୍ବରୁ ହୀରାକୂଦ ଡ୍ୟାମ୍ ସହ ଜବାହର ଉଦ୍ୟାନ,ବାମ ସ୍ପିଲ୍‌ୱେ,ବୁଲ୍‌ର୍ା ପାୱାର ହାଉସ୍ ପରିଦର୍ଶନ କରି ସ୍ଥିତି ଦେଖିଥିଲେ । ଅପରାହ୍ନରେ ସଦସ୍ୟମାନେ ରାମ୍‌ପିଲାରେ ଥିବା ମେଗା ଲିପ୍ଟପଏଣ୍ଟ ଯାଇ ଜଳର ସ୍ଥିତି ଦେଖିଥିଲେ । ପରେ ସେମାନେ ଏମସିଏଲ୍ ଗେଷ୍ଟହାଉସରେ ଅବସ୍ଥାନ କରିଥିଲେ । ଏମିତି ବୁଧବାର ଯାଏ ଟ୍ରିବ୍ୟୁନାଲ୍ ଟିମ୍ ସମ୍ବଲପୁର,ଝାରସୁଗୁଡ଼ା ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ୨୪ରେ ଭୁବନେଶ୍ୱର ଆସିବେ । ଓ ୨୫ରେ ବିଶ୍ରାମ ନେବେ ।

ପରେ ୨୬ରୁ ୨୮ ପର୍ଯ୍ୟନ୍ତ ତିନି ଦିନ କଟକସ୍ଥିତ ନରାଜ, ମୁଣ୍ଡୁଳୀ, ଅଂଶୁପା ଓ ଏବଂ ପୁରୀ-ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ ପରିବ୍ୟାପ୍ତ ଚିଲିକା ହ୍ରଦ ବୁଲି ଦେଖିବେ । ଟ୍ରିବ୍ୟୁନାଲ ସଦସ୍ୟାମାନେ ଫେରି ରିପୋର୍ଟ ଯେଉଁ ରିପୋର୍ଟ ଦେବେ ସେଇ ଆଧାରରେ କେନ୍ଦ୍ର ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ ।

You May Also Like

More From Author

+ There are no comments

Add yours