ଅର୍କେଶଙ୍କ ଅଡୁଆ, ରାଜ ପରିବାରର ୫ ଜଣଙ୍କ ବିରୋଧରେ ମାମଲା ରୁଜୁ କଲା ଡେରାଡୁନ ପୋଲିସ

ବଢିଲା ଅର୍କେଶଙ୍କ ଅଡୁଆ । ପତ୍ନୀ ଆଦ୍ରିଜାଙ୍କ ଅଭିଯୋଗ କ୍ରମେ ଉତ୍ତରାଖଣ୍ଡ ଡେରାଡୁନ ପୋଲିସ ରୁଜୁ କରିଛି ପାରିବାରିକ ହିଂସା ମାମଲା । ଡେରାଡୁନର ରାଜପୁର ପୋଲିସ ଷ୍ଟେଶନରେ ଅର୍କେଶ ସିଂହଦେଓଙ୍କ ସହ ରାଜ ପରିବାରର ଆଉ ୪ ଜଣଙ୍କ ବିରୋଧରେ ମଧ୍ୟ ପାରିବାରିକ ହିଂସା ମାମଲା ରୁଜୁ ହୋଇଛି ।

ସେମାନେ ହେଲେ ଆଦ୍ରିଜାଙ୍କ ଶ୍ୱଶୁର ଅନଙ୍ଗ ଉଦୟ, ଶାଶୁ ବିଜୟଲକ୍ଷ୍ମୀ, ଦେଢଶୁର କଳିକେଶ ଓ ଯାଆ ମେଘନା ।ପୂୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂହଙ୍କ ନାତୁଣୀ ଆଦ୍ରିଜା କରିଥିବା ଅଭିଯୋଗ ଅନୁସାରେ,୨୦୧୭ ମସିହା ନଭେମ୍ବର ମାସରେ ଅର୍କେଶ ଆଦ୍ରିଜାଙ୍କୁ ବିବାହ କରିଥିଲେ । ହେଲେ ବିବାହର କିଛି ଦିନ ପରେ ଶାଶୂଘରେ ତାଙ୍କୁ ମାନସିକ ନିର୍ଯାତନା ଦିଆ ଯାଉଥିଲା । ଗତ ବର୍ଷ ଅଗଷ୍ଟ ମାସରୁ ତାଙ୍କୁ ନିର୍ଯାତନା ଆରମ୍ଭ ହୋଇଥିଲା । ଏଥିରେ ସ୍ୱାମୀ ଅର୍କେଶଙ୍କ ସମେତ ଶାଶୂ ,ଶ୍ୱଶୁର, ଯାଆ ଓ ଦେଢଶୂର ମଧ୍ୟ ସାମିଲ ଥିଲେ । ମା’ଙ୍କ ଦେହ ଖରାପ ହୋଇଥିବାରୁ ଆଦ୍ରିଜା ଡେରାଡୁନ ଚାଳି ଆସିଥିଲେ । ଏହି ସମୟରେ ଅର୍କେଶ ତାଙ୍କୁ ଛାଡ଼ପତ୍ର ନୋଟିସ୍ ପଠାଇଥିଲେ ।ଆଦ୍ରିଜ ଅଭିଯୋଗ କରିଛନ୍ତି, ଶାଶୂ ଘରେ ସମସ୍ତଙ୍କ ଦ୍ୱାରା ସେ ନିର୍ଯାତିତା ହେଉଥିଲେ ହେଁ ଅର୍କେଶଙ୍କ ସହ ତାଙ୍କର ସମ୍ପର୍କ ଭଲ ଥିଲା । ଏପରିକି ୨୦୧୯ ନିର୍ବାଚନରେ ଅର୍କେଶ ବଲାଙ୍ଗିର ବିଧାନସଭା ଆସନ ପାଇଁ ଛିଡା ହୋଇଥିଲେ । ସେତେବେଳେ ସେ ତାଙ୍କ ପ୍ରଚାରରେ ବୁଲି ଭୋଟ ଭିକ୍ଷା କରିଥିଲେ । ସେ ଜଣେ ବୋହୂ, ପତ୍ନୀର ଭୂମିକା ଠିକ ଭାବେ କରୁଥିଲେ ହେଁ ଶାଶୂ ଘରେ ତାଙ୍କୁ ନିର୍ଯାତନା ଦିଆ ଯାଉଥିଲା । ଅର୍କେଶ ନିର୍ବାଚନ ହାରିବା ପରେ ଉଭୟେ ଡେରାଡୁନ ସ୍ଥିତ ଅର୍କେଶଙ୍କ ନିଜ ଘରେ ସେ ରହୁଥିଲେ । ହେଲେ ଗତ ଡିସେମ୍ବରରୁ ସେମାନଙ୍କ ଦାମ୍ପତ୍ୟ ଜୀବନରେ ଝଡ ଦେଖା ଦେଇଥିଲା ।ଗତ ବର୍ଷ ସେପ୍ଟେମ୍ବରରେ ଆଦ୍ରିଜା ନିର୍ଯାତନା ଅଭିଯୋଗ ଆଣିଥିଲେ । ସ୍ୱାମୀ ତାଙ୍କ ପ୍ରତି ଅତ୍ୟାଚାର କରିଥିବାର ଅଭିଯୋଗ ଆଣିଥିଲେ ଆଦ୍ରିଜା ।ଅନ୍ୟପକ୍ଷେ ନିନିର୍ବାଚନ ପାଇଁ ଟିକେଟ୍ ମାଗୁଛନ୍ତି ଓ ଶହେ କୋଟି ଟଙ୍କା ମାଗୁଛନ୍ତି ବୋଲି ଅର୍କେଶ ଅଭିଯୋଗ କରିଥିଲେ ।ଆଦ୍ରିଜାଙ୍କ ଅଭିଯୋଗ ଅନୁସାରେ ଉତ୍ତରାଖଣ୍ଡ ଡେରାଡୁନ ପୋଲିସ ଏକ ମାମଲା ରୁଜୁ କରିଛି । ସୂଚନାଥାଉ କି, ଆଦ୍ରିଜା ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଶନିବାର ମୁଖ୍ୟମନ୍ତ୍ରୀ ତୁରନ୍ତ କାର୍ଯ୍ୟାନୁୁଷ୍ଠାନ ପାଇଁ ଉତ୍ତରାଖଣ୍ଡ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

You May Also Like

More From Author

+ There are no comments

Add yours