Thu. Oct 15th, 2026

ମହାପ୍ରଭୁଙ୍କ ଘୋଷଯାତ୍ରା ନେଇ ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟକୁ ଆଗେଇ ନେଉଛନ୍ତି ରଥ ନିର୍ମାଣକାରୀ ସେବକ। ତିନି ରଥର ସମୁଦାୟ ୪୨ଟି ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ତିନି ରଥର‌ ପାଞ୍ଚୋଟି ନାହାକା ଅଖ ଶେଷ ହୋଇଛି। ସେହିପରି ନନ୍ଦିଘୋଷ ଏବଂ ଦର୍ପଦଳନ ରଥର‌ ଦୁଇଟି ଲେଖାଏଁ ନିରାଡି କାଠର ଚଉପଟ କାର୍ଯ୍ୟ ଶେଷ ହୋଇଛି। ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ଚଳଚଞ୍ଚଳ ପୁରୀ ଶ୍ରୀନହର ସମ୍ମୁଖ ରଥଖଳା। ମହାପ୍ରଭୁଙ୍କ ତିନି ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡିଛନ୍ତି ୧୯୭ ଜଣ ନିର୍ମାଣକାରୀ ସେବକ। ତିନି ରଥର ନିର୍ମାଣ ଅଗ୍ରଗତି ବେଶ୍ ଦ୍ରୁତ ଗତିରେ ଆଗେଇ ଚାଲିଛି। ତିନି ରଥର ମୋଟ ୪୨ ଟି ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ପାଞ୍ଚୋଟି ନାହାକ ଅଖର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ସେହିପରି ନନ୍ଦିଘୋଷ ଏବଂ ଦର୍ପଦଳନ ରଥର‌ ଦୁଇଟି ଲେଖାଏଁ ନିରାଡି କାଠର ଚଉପଟ କାର୍ଯ୍ୟ ଶେଷ ହୋଇଛି। ପଡି ନାହାକା ଅଖ ନିର୍ମାଣ କାର୍ଯ୍ୟକୁ ଆଗେଇ ନେଉଛନ୍ତି ବିଶ୍ବକର୍ମା ମହାରଣା। ରୂପକାର ସେବକମାନେ ଗୁଜ ଗୁଡିକରେ ରୂପ ଖୋଦେଇ କରୁଥିବା ବେଳେ କରତି ସେବକମାନେ ପୋଲ ଗୟଳ ଚିରଟ କାର୍ଯ୍ୟ ଜାରି ରଖିଛନ୍ତି। ସେପଟେ କମାରଶାଳରେ ଓଝା ସେବକମାନେ ତିନି ରଥର ବିଭିନ୍ନ କଣ୍ଟା ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *