Wed. Oct 14th, 2026

ଦହିବରା ଆଲୁଦମ୍ ଖାଇ ନୁଖାପଡା ଗାଁର ୨୦ ଗୁରୁତର ଅସୁସ୍ଥ। ନରସିଂହପୁର ବ୍ଲକ ନୁଖାପଡା ଓ କମଳା ଦେଇପୁର ଗାଁରେ ଘଟିଛି ଏହି ଘଟଣା। ସୂଚନା ରୁ ପ୍ରକାଶ ଯେ ନୁଖାପଡ଼ା ଓ କମଳାଦେଇପୁର ଅଞ୍ଚଳର ପ୍ରତ୍ୟେକ ଦିନ ଜୈନେକ ଦହିବରା ବିକାଳୀ ପ୍ରତ୍ୟେକ ଦିନ ଦହିବାର ବିକ୍ରି କରନ୍ତି। ତେବେ ପ୍ରତ୍ୟେକ ଦିନ ଭଳି ଆଜି ମଧ୍ୟ ଦହିବାର ବିକ୍ରି କରିବାକୁ ଏହି ଅଞ୍ଚଳକୁ ଆଣିଥିଲେ। ଯାହାକୁ ଗାଁର ୩୦ ରୁ ୪୦ ଲୋକ ଖାଇଥିଲେ। ହେଲେ ଦହିବାର ଖାଇବା ପରେ ଠିକ ୩ଘଣ୍ଟା ପରେ ଆରମ୍ଭ ହୋଇଥିଲା ଝାଡାବାନ୍ତି। ୨୦ ଜଣରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇ ନରସିଂହପୁର ମେଡ଼ିକାଲ୍ ରେ ଭର୍ତ୍ତି ହୋଇଛନ୍ତି।

Leave a Reply

Your email address will not be published. Required fields are marked *