Wed. Oct 14th, 2026

ବରିଷ୍ଠ ବିଜେଡି ବିଧାୟକ ଶଶୀଭୂଷଣ ବେହେରାଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବିଧାୟକଙ୍କ ବୋହୂ ଆଣିଛନ୍ତି ଏହି ଅଭିଯୋଗ। ବିଧାୟକଙ୍କ ପୁଅ, ସ୍ତ୍ରୀ ଓ ଅନ୍ୟ ପରିବାର ସଦସ୍ୟଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି। ବାଙ୍କୀ ଥାନାରେ ଯୌତୁକ ନିର୍ଯାତନା ନେଇ ଅଭିଯୋଗ କଲେ ବୋହୂ ରୋନାଲି। ରୋନାଲିଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି।

ଜୟଦେବ ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଧାୟକ ହେଉଛନ୍ତି ଶଶିଭୂଷଣ। ତେବେ ବରିଷ୍ଠ ବିଜେଡି ନେତା, ପୂର୍ବତନ ମନ୍ତ୍ରୀ ତଥା କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରାଙ୍କ ନାଁରେ ସାଂଘାତିକ ଅଭିଯୋଗ ଆସିବା ପରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି l ଶଶିଭୂଷଣ, ତାଙ୍କ ପୁଅ ସତ୍ୟପ୍ରକାଶ ଓ ପତ୍ନୀ ସୁପ୍ରଭା ବାହାଘର ପରେ ୪୦ ଲକ୍ଷ ଟଙ୍କା ଯୌତୁକ ମାଗି ମାରପିଟ୍ କରୁଥିବା ଅଭିଯୋଗ କରିଛନ୍ତି ବୋହୂ ରୋନାଲୀ ବେହେରା l କିନ୍ତୁ ଅନ୍ୟପକ୍ଷରେ ଏସବୁ ବିରୋଧୀଙ୍କ ଷଡ଼ଯନ୍ତ୍ର ବୋଲି ସଫେଇ ଦେଇଛନ୍ତି ବିଧାୟକ ବାବୁ।

Leave a Reply

Your email address will not be published. Required fields are marked *