ଘର ଭିତରେ ପଶିଗଲା କାର, ଜଣେ ମହିଳାଙ୍କ ମୃତ୍ୟୁ

ଶବ୍ଦ ଓଡିଶା ବ୍ୟୁରୋ: ବୌଦ୍ଧର ରାଧାନଗର ଗାଁରେ ଗତକାଲି ବିଳମ୍ବିତ ରାତିରେ ଏକ କାର ଦ୍ରୁତଗତିରେ ଆସି ଏକ ଚାଳଛପର ଘର ଭିତରେ ପଶିଯିବାରୁ ଘରଟି ସଂପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିବା ବେଳେ ତା’ଭିତରେ ଶୋଇଥିବା ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ନାଁ ପାଣେଶ୍ୱରୀ ଧଳ।

କାରଟି ଚାରିଛକ ପଟୁ ବୌଦ୍ଧ ଆଡ଼କୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ଘର ଭିତରେ ପଶି ଯାଇଥିଲା। ଘର ଭିତରେ ପଶିଯିବା ପରେ କାରଟି ଓଲଟି ପଡ଼ିଥିଲା। ଡ୍ରାଇଭର ଦୁର୍ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ଏହି ଘଟଣାପରେ ସ୍ଥାନୀୟ ଲୋକେ ଖୋର୍ଦ୍ଧା-ବଲାଙ୍ଗୀର ୫୭ତମ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ମୃତ ମହିଳାଙ୍କ ପରିବାର ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ସେମାନେ ରାସ୍ତାରୋକ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଗାଡ଼ି ଅଟକି ରହିଛନ୍ତି। ବୌଦ୍ଧ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।

You May Also Like

More From Author

+ There are no comments

Add yours