ସ୍ୱାମୀଙ୍କ ଶ୍ରାଦ୍ଧବାର୍ଷିକୀରେ ଗରିବ ଛାତ୍ରଙ୍କୁ ଶିକ୍ଷୟିତ୍ରୀଙ୍କ ସହାୟତା

ଶବ୍ଦ ଓଡିଶା ବ୍ୟୁରୋ: ପୁରୀରେ ନିଆରା ଢଙ୍ଗରେ ସ୍ୱାମୀଙ୍କ ଶ୍ରାଦ୍ଧବାର୍ଷିକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ସ୍ତ୍ରୀ l ସ୍ୱର୍ଗତ ସାରଦା ପଟ୍ଟନାୟକଙ୍କ ସ୍ମୃତିରେ ବଳଗଣ୍ଡି ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ଅନ୍ନଦା ମହାନ୍ତି ସେହି ବିଦ୍ୟାଳୟର ଜଣେ ମେଧାବୀ ଛାତ୍ର କୃଷ୍ଣଚନ୍ଦ୍ର ସାହୁଙ୍କୁ 10ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି l

ସ୍ୱାମୀଙ୍କ ସ୍ବପ୍ନକୁ ପୂରଣ କରିବା ଲାଗି ଶିକ୍ଷୟତ୍ରୀଙ୍କ ଏଭଳି ପ୍ରୟାସକୁ ସମସ୍ତେ ପ୍ରଶଂସା କରିଛନ୍ତି l ପ୍ରତ୍ୟେକ ବର୍ଷ ସ୍ୱାମୀଙ୍କ ଶ୍ରାଦ୍ଧବାର୍ଷିକ ଅବସରରେ ଗୋଟିଏ ଗରିବ ଏବଂ ମେଧାବୀ ଛାତ୍ରଙ୍କୁ ପାଠପଢାରେ ସହାୟତା କରିବା ଲାଗି କିଛି ନା କିଛି ସାହାଯ୍ୟ କରିଥାନ୍ତି l ତେବେ ପୁରୀ ବଡଦାଣ୍ଡସ୍ଥିତ ବଳଗଣ୍ଡି ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ଅନ୍ନଦା ମହାନ୍ତି ଚଳିତ ଥର ସ୍ୱାମୀଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକ ଅବସରରେ ଗରିବ ମେଧାବୀ ପିଲାଙ୍କୁ ପାଠ ପଢିବା ଲାଗି ଆର୍ଥ ପ୍ରଦାନ କରିଛନ୍ତି l ଶିକ୍ଷୟତ୍ରୀ ଙ୍କ ଏଭଳି ପ୍ରୟାସ ଅନ୍ୟମାନଙ୍କ ପାଈଁ ଉଦାହରଣ ସୃଷ୍ଟି କରିଛି l

You May Also Like

More From Author

+ There are no comments

Add yours