
ପୁରୀ: ଆଉ ଏକ ମାସ ମଧ୍ୟରେ ପୁରୀରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତ ତଥା ଶ୍ରଦ୍ଧାଳୁ ମାନଙ୍କ ସମାଗମ ହେବ। ମାତ୍ର ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ଵାସ୍ଥ୍ୟକୁ ନେଇ ସମସ୍ତେ ଚିନ୍ତିତ। କିଛି ଦିନ ପୂର୍ବରୁ ଦେଖିବାକୁ ମିଳିସାରିଛି ଏମିତି ଅନେକ ଉଦାହରଣ। ଗତ ସନ୍ଧ୍ୟା ପ୍ରାୟ ୭ ଟା ସମୟରେ ହଠାତ ପୁରୀ ସଦର ମୁଖ୍ୟ ଚିକିତ୍ସାଳରେ ବିଜୁଳି ସରବରାହ ବାଧାପ୍ରାପ୍ତ ହୋଇଥିଲା। ରୋଗୀ ମାନେ ଦୀର୍ଘ ୧୫ ରୁ ୨୦ ମିନିଟ୍ ଧରି ଅନ୍ଧାରରେ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଅନ୍ଧାର ଭିତରେ ନର୍ସ ମାନେ କାର୍ଯ୍ୟ କରିଥିଲେ। ମେଡିକାଲରେ ଜେନେରେଟର ଥାଇ ମଧ୍ୟ ଦୀର୍ଘ ୨୦ ମିନିଟ୍ ଧରି ରୋଗୀ ମାନେ ଅନ୍ଧାର ଗରମରେ ଛଟପଟ ହୋଇଥିବା ଦେଖିବାକୁ ମିଳିଥିଲା। ସେହିପରି ଆମ୍ବୁଲାନ୍ସ ସଠିକ ସମୟରେ ନ ପହଁଚିବାରୁ ଜଣେ ରୋଗୀଙ୍କ ମୃତ୍ୟୁ ମଧ୍ୟ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ସୂଚନା ଯୋଗ୍ୟ ଖଣ୍ଡିଆ ବନ୍ଧର ସନାତନ ଭୋଇଙ୍କ ବାପା ପବନା ଭୋଇ ସୋମବାର ଅପରାହ୍ନରେ ହଠାତ ଅସୁସ୍ଥ ହୋଇପଡିଥିଲେ। ମେଡିକାଲ ନେବା ପାଇଁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ। ଆମ୍ବୁଲାନ୍ସ ବାହାରେ ଅଛି , ଯାଇପାରିବ ନାହିଁ ବୋଲି ଆମ୍ବୁଲାନ୍ସ ପକ୍ଷରୁ ସୂଚନା ଦିଆଯାଇଥିଲା। ପରେ ପରିବାର ଲୋକ ଏକ ଅଟୋ ଯୋଗେ ପବନା ଭୋଇଙ୍କୁ ମେଡିକାଲକୁ ଆଣିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ। ଏନେଇ ଏଡିଏମଓ ବେଖାତିର ଭାବରେ ଉତର ଦେଇ ସେଠାରୁ ପଳାଇଥିବା ବେଳେ ଉପ ଜିଲ୍ଲାପାଳ ଘଟଣା ସ୍ଥଳକୁ ଆସି ବୁଝାସୁଝା କରିଥିଲେ। ତେବେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟର ଏପରି ଅବ୍ୟବସ୍ଥା ସମ୍ପର୍କ ରେ ଅତିରିକ୍ତ ଜିଲାପାଳଙ୍କୁ ପଚାରିବାରେ ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ କହିଥିଲେ କି ସୋମବାର ଲାଇନ କଟିବା ଫଳରେ ୨୦ ମିନଟ୍ ଧରି ରୋଗୀ ମାନେ ଅସୁବିଧାର ସମ୍ମୁଖୀନ ହେବା ଓ ଆମ୍ବୁଲାନ୍ସ ସଠିକ ସମୟରେ ଆସିନଥିବା ଅଭିଯୋଗକୁ ସେ ଗୁରୁତ୍ଵର ସହ ନେଇଛନ୍ତି। ଏବଂ ଏପରି ଘଟଣା ଶୁଣି ଦୁଖ ପ୍ରକାଶ କରିଛନ୍ତି। ତେବେ ମେଡିକାଲ ପରିସରରେ ଯାହା ସବୁ ସମସ୍ୟା ରହିଛି ସେ ନେଇ ଜିଲାପାଳ ଅବଗତ ଅଛନ୍ତି। ତେବେ ଏନେଇ ସମସ୍ତଙ୍କ ସହ ଏବିଷୟରେ ସବିଶେଷ ଆଲୋଚନା କରାଯିବ। ତଥା ଏବାବଦରେ ସିଡିଏମଓ ଓ ସଦର ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଅଧିକାରୀ ମାନଙ୍କ ସହ ଆଲୋଚନା କରାଯିବ। ରଥଯାତ୍ରା ରେ ପୁରୀକୁ ଆସୁଥିବା ଭକ୍ତ ମାନଙ୍କ ଚିକିତ୍ସା ରେ ଯେପରୀ କୌଣସି ସମସ୍ୟା ନଦେଖାଦେବ ଏବଂ ସ୍ୱାସ୍ଥ୍ୟସେବା ଯେମିତି ପୁରୀ ବିପର୍ଯ୍ୟସ୍ତ ନହେବ ସେଥପ୍ରତି ଜିଲ୍ଲପାଳ ସଚେତନ ରହିଛନ୍ତି। ଏନେଇ ବାରମ୍ବରା ବୈଠକ କରାଯାଉଛି। ପିଡିଡିଆରଡିଏ ନୋଡାଲ ଅଫିସର ଭାବରେ ରହିଛନ୍ତି, ମେଡିକାଲରେ ଷ୍ଟାପ ସଟେଜ ଏବଂ ଅନ୍ୟାନ୍ୟ ସମସ୍ୟା ଗୁଡିକୁ ଯୁଦ୍ଧ କାଳୀନ ଭିତିରେ ସମାଧାନ କରଯିବ। ଯେପରି ରଥଯାତ୍ରା ସମୟରେ ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ କୌଣସି ସମସ୍ୟା ନହେବ ସେଥିପାଇଁ ଆଗାମୀ ଦିନରେ ସିଡିଏମଓ ସମସ୍ତ ମେଡିକାଲ ଅଧିକାରୀଙ୍କ ସହ ବୈଠକ କରାଯାଇ ଆଲୋଚନା କରଯିବ। ତଥା ଭବିଷ୍ୟତରେ ଯେପରୀ କୌଣସି ଅସୁବିଧା ନହେବ ସେଥିପାଇଁ ଚେଷ୍ଟା କରାଯିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ପୁରୀରୁ ଶୁଭାଶିଷ ପଣ୍ଡାଙ୍କ ରିପୋର୍ଟ,ଶବ୍ଦ ମିଡିଆ