ଶବ୍ଦ ଓଡିଶା ବ୍ୟୁରୋ: ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହଙ୍କ ନାଁରେ ଥିବା ସମସ୍ତ ମାମଲାକୁ ଆଜି ମହାରାଷ୍ଟ୍ର ସରକାର ବନ୍ଦ କରିଛନ୍ତି। ଏଥିସହ ୨୦୨୧ ଡିସେମ୍ବର ମାସରେ ରାଜ୍ୟ ସରକାର ତାଙ୍କୁ ନିଲମ୍ବିତ କରିବା ପାଇଁ ଜାରି କରିଥିବା ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରି ନେଇଛନ୍ତି। ନିଲମ୍ବିତ ଅବଧିକୁ ଏବେ ଅନ ଡ୍ୟୁଟି ଭାବେ ବିବେଚନା କରାଯିବ।
ପୂର୍ବରୁ ମହାରାଷ୍ଟ୍ରରେ କ୍ଷମତାରେ ଥିବା ମହା ବିକାଶ ଅଘାଡି ସରକାର ପରମବୀର ସିଂହଙ୍କୁ ବିଶୃଙ୍ଖଳା ଓ ଅନିୟମିତତା ଅଭିଯୋଗରେ ନିଲମ୍ବିତ କରିଥିଲେ। ତାଙ୍କ ବିରୋଧରେ ଏମଭିଏ ସରକାର ବିଭାଗୀୟ ତଦନ୍ତ ମଧ୍ୟ ଆରମ୍ଭ କରିଥିଲେ।
