Wed. Oct 14th, 2026

ଶବ୍ଦ ଓଡିଶା ବ୍ୟୁରୋ: କର୍ଣ୍ଣାଟକା ବିଧାନସଭା ପାଇଁ ଆଜି ଚାଲିଛି ଗଣତି। ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଥିବା ବେଳେ ପ୍ରାୟ ଘଣ୍ଟେ ପରେ ଅର୍ଥାତ ସକାଳ ୯ଟା ବେଳକୁ କଂଗ୍ରେସ ୧୦୬ଟି ଆସନରେ ଆଗରେ ରହିଥିବା ବେଳେ ବିଜେପି ୮୩ଟି ଆସନରେ ଆଗୁଆ ରହିଛି। ସେହିପରି ଜେଡିଏସ୍ ମାତ୍ର ୨୧ଟି ଆସନରେ ଆଗୁଆ ରହିଛି। ଅନ୍ୟାନ୍ୟ ଦଳ ୨ଟି ଆସନରେ ଆଗୁଆ ରହିଛି। କର୍ଣ୍ଣାଟକ ବିଧାନସଭାରେ ୨୨୪ଟି ଆସନ ରହିଥିବା ବେଳେ ସରକାର ଗଠନ କରିବାକୁ ଯେକୌଣସି ଦଳକୁ ୧୧୩ଟି ଆସନରେ ବିଜୟୀ ହେବାକୁ ପଡ଼ିବ।

Leave a Reply

Your email address will not be published. Required fields are marked *