ସାମାନ୍ୟ ବଚସାରୁ ଯୁବକଙ୍କ ଛାତିରେ ଛୁରୀ ଭୁଷି ହତ୍ୟା

ଶବ୍ଦ ଓଡିଶା ବ୍ୟୁରୋ: ସାମାନ୍ୟ ବଚସାରୁ ଯୁବକଙ୍କ ଛାତିରେ ଛୁରୀ ଭୁଷି ହତ୍ୟା । କଟକ ଜିଲ୍ଲା ସାଲେପୁର ମାଛୁଆତି ଗାଁରେ ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ । ମୃତ ଯୁବକ ମାଛୁଆତି ଗାଁର ଲିକୁ କାଣ୍ଡି । ମାଛୁଆତି ଗାଁର ବୁଦ୍ଧିଆ ସ୍ୱାଇଁ ଓ ଅନ୍ୟମାନଙ୍କ ସହ କୌଣସି କଥାକୁ ନେଇ ଲିକୁ କାଣ୍ଡିଙ୍କ ବଚସା ହୋଇଥିଲେ । ଏହାକୁ ନେଇ ବୁଦ୍ଧିଆ ସ୍ୱାଇଁ ଲିକୁ କାଣ୍ଡିଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା । ହେଲେ ଏହାକୁ ଗୁରୁତ୍ୱ ନଦେଇ ଲିକୁ କୌଣସି କାମରେ ବାହାରକୁ ଚାଲି ଯାଇଥିଲା ।

ଘଣ୍ଟାଏ ପରେ ଗାଁକୁ ଫେରିବା ସମୟରେ ଲିକୁକୁ ଅତର୍କିତ ଆକ୍ରମଣ କରି ଛାତିରେ ଛୁରୀ ଭୁଷି ଦେଇଥିଲେ । ଲିକୁର ଚିତ୍କାର ଶୁଣି ଗ୍ରାମବାସୀ ଘଟଣାସ୍ଥଳକୁ ଆସି ଛଟପଟ ହେଉଥିବା ଲିକୁକୁ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଲିକୁଙ୍କ ଘରେ ଗୋଟିଏ ବର୍ଷର ପୁଅ ଓ ସ୍ତ୍ରୀ ଅଛନ୍ତି । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ୨ ଜଣଙ୍କୁ ଥାନାକୁ ଉଠାଇ ନେଇ ପଚରାଉଚରା କରୁଛି । ଏହି ବିଭତ୍ସ ହତ୍ୟାକାଣ୍ଡକୁ ନେଇ ଅଂଚଳରେ ଚାପା ଉତେଜନା ଲାଗି ରହିଛି ।

You May Also Like

More From Author

+ There are no comments

Add yours