ଶବ୍ଦ ଓଡିଶା ବ୍ୟୁରୋ: ଜଗତସିଂହପୁରର ସାରଳା ମନ୍ଦିରରେ ଚନ୍ଦନ ଯାତ୍ରା ବେଳେ ଅଘଟଣ । ବାଣ ବିସ୍ଫୋରଣ ଘଟି ୮ ଜଣ ଆହତ । ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ୪ଜଣ ଶିଶୁ ଓ ୨ଜଣ ପୁଲିସ କର୍ମଚାରୀ ଥିବା ସୂଚନା ମିଳିଛି।
ଗତକାଲି ଚନ୍ଦନ ଯାତ୍ରା ଥିବାରୁ ନିକଟରେ ଥିବା ପୋଖରୀରେ ମା’ଙ୍କର ଚାପ ଖେଳ ଚାଲିଥିଲା। ବାଜା ରୋଷଣୀରେ କମ୍ପି ଉଠୁଥିଲା ପରିବେଶ। ଶହଶହ ଲୋକେ ପୋଖରୀ ଚାରିପାଖେ ଠିଆ ହୋଇ ମା’ଙ୍କର ଚାପ ଖେଳ ଦେଖୁଥିଲେ। ଏହି ସମୟରେ ବାଣୁଆ ପୋଖରୀ ନିକଟରେ ବାଣ ଫୁଟାଉଥିଲା। ହଠାତ୍ ନିଆଁ ବାଣ ଗଦା ଉପରେ ପଡ଼ି ଯାଇଥିଲା। ପରେ ଜୋରରେ ବିସ୍ଫୋରଣ ହୋଇଥିଲା।
