ଝାରସୁଗୁଡା ଉପ-ନିର୍ବାବନ: ପ୍ରଥମ ୪ ରାଉଣ୍ଡରେ ବିଜେଡି ଆଗରେ

ଶବ୍ଦ ଓଡିଶା ବ୍ୟୁରୋ: ଝାରସୁଗୁଡା ଉପନିର୍ବାଚନର ଭୋଟ ଗଣତି ଜାରି । ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ୪ହଜାର ୫୧୦ ଭୋଟରେ ଆଗୁଆ । ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ୧୧ହଜାର ୨୫୬ ଭୋଟ୍ , ବିଜେପି ପ୍ରାର୍ଥୀଙ୍କୁ ୬ହଜାର ୭୪୬ ଏବଂ କଂଗ୍ରେସ ପ୍ରାର୍ଥୀଙ୍କୁ ୨୬୩ ଭୋଟ ।

ସେହିପରି ତୃତୀୟ ରାଉଣ୍ଡରେ ବି ବିଜେଡି ଆଗୁଆ ରହିଛି । ଦୀପାଳି ଦାସଙ୍କୁ ୬ହଜାର ୨୮୭ ଭୋଟ୍, ଟଙ୍କଧର ତ୍ରିପାଠୀଙ୍କୁ ୩ହଜାର ୧୪୬ ଭୋଟ୍ ଏବଂ କଂଗ୍ରେସର ତରୁଣ ପାଣ୍ଡେକୁ ୨୫୮ ଭୋଟ୍ ମିଳିଛି । ଚତୁର୍ଥ ରାଉଣ୍ଡରେ ବି ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଆଗରେ ରହିଛନ୍ତି । ଦୀପାଳିଙ୍କୁ ୬ହଜାର ୦୭୨, ବିଜେପିର ଟଙ୍କଧର ତ୍ରିପାଠୀଙ୍କୁ ୩ହଜାର ୫୨୭ ଭୋଟ୍ ଏବଂ ତରୁଣ ପାଣ୍ଡେଙ୍କୁ ୩୦୦ ଭୋଟ୍ ମିଳିଛି । ତେବେ ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡି ୧୦୧୭୮ ଭୋଟରେ ଆଗୁଆ ରହିଛି ।

ବର୍ତ୍ତମାନର ଟ୍ରେଣ୍ଡ ସୁଦ୍ଧା ବିଜେଡି ୨୩ହଜାର ୬୧୫ ଭୋଟରେ ଆଗରେ ରହିଥିବା ବେଳେ ବିଜେପି ୧୩ହଜାର ୪୩୭ ଓ କଂଗ୍ରେସ ୮୨୧ ଭୋଟରେ ରହିଛି । ବାଲଟ୍ ଭୋଟ ଗଣତି ପରେ ଚାଲିଛି ଇଭିଏମ କାଉଣ୍ଟିଂ ଚାଲିଛି । ମୋଟ୍ ୧୪ଟି ଟେବୁଲରେ ୧୮ ରାଉଣ୍ଡରେ ଗଣତି ହେବ ।

You May Also Like

More From Author

+ There are no comments

Add yours