କୋରାପୁଟ :ଆଜି ଡିଜିପି ଓଡିଶା ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବନସଲ କୋରାପୁଟ ଜିଲ୍ଲା ପରିଦର୍ଶନ କରି ଜିଲ୍ଲା ପୋଲିସ ଏବଂ ବିଏସଏଫ ସହ ଆଲୋଚନା କରିଛନ୍ତି। ତାଙ୍କ ସହ ନିର୍ଦ୍ଦେଶକ ଇଣ୍ଟେଲିଜେନ୍ସ ସଞ୍ଜୀବ ପଣ୍ଡା ,ଆଇ ଜି ସତ୍ୟବ୍ରତ ଭୋଇ, ,ଡିଆଇ ଜି ଦକ୍ଷିଣ ପଶ୍ଚିମ ଅଞ୍ଚଳ ରାଜେଶ ପଣ୍ଡିତ ଏବଂ ଡି ଆଇ ଜି ବିଏସ୍ଏଫ୍ ଶୈଳେଶ କୁମାର , ଏସପି କୋରାପୁଟ ଅଭିନବ ସୋନକାର ଓ କନ୍ଧମାଳ ଏସପି ସୁବେନ୍ଧୁ ପାତ୍ର ପ୍ରମୁଖ ଉପସ୍ଥିତଥିଲେ। ମହାନିର୍ଦ୍ଦେଶକ ଓଡିଶା କୋରାପୁଟ ଜିଲ୍ଲା ର କ୍ରାଇମବ୍ରାଞ୍ଚ ଏବଂ ନକ୍ସଲ ପରିସ୍ଥିତିର ସମୀକ୍ଷା କରିଥିଲେ। ଡିଜିପି ଓଡିଶା ନକ୍ସଲ, ଅପରାଧ ଏବଂ ଆଇନ ଶୃଙ୍ଖଳା ଉପରେ ମୂଲ୍ୟବାନ ନିର୍ଦ୍ଦେଶ ଦେଇଛନ୍ତୀ ଏହି ପରିଦର୍ଶନ ପରେ ଡିଜିପି ଓଡିଶା ଏବଂ ସହଯୋଗୀ ଅଧିକାରୀମାନେ କୋରାପୁଟ ଛାଡିଥିଲେ। ବିଏସଏଫ ଏବଂ ଜିଲ୍ଲା ପୋଲିସ ସମନ୍ୱୟ ରକ୍ଷା ପାଇଁ ନିର୍ଦ୍ଦେଶାବଳୀ ଅନୁସରଣ କରିବେ ବୋଲି ଜଣା ପଡିଛି।





