ଆଜି ସ୍ଥଳଭାଗ ଛୁଇଁପାରେ ‘ମୋକା’: ଘଣ୍ଟା ପ୍ରତି ୨୨୦ କିଲୋମିଟର ବେଗରେ ବହିପାରେ ପବନ

ଶବ୍ଦ ଓଡିଶା ବ୍ୟୁରୋ: ସ୍ଥଳଭାଗ ଛୁଇଁପାରେ ‘ମୋକା’ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୭୦ରୁ ୧୮୦ କିମି ରହିବ । ସ୍ଥଳବିଶେଷରେ ଏହା ଘଣ୍ଟା ପ୍ରତି ୨୦୦ କିମି ଛୁଇଁଯିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ, ଗତ ୨୦୧୯ରେ ବାତ୍ୟା ‘ଫନି’ ଅତ୍ୟନ୍ତ ଭୀଷଣ ବାତ୍ୟା ରୂପେ ଓଡ଼ିଶା ଉପକୂଳ ଓ ୨୦୨୧ ମସିହାରେ ‘ତାଉତେ’ ଗୁଜରାଟ ଉପକୂଳ ଅତିକ୍ରମ କରିଥିଲା । ଶନିବାର ସକାଳେ ‘ମୋକା’ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଥିବା ବେଳେ ଘଣ୍ଟା ପ୍ରତି ୧୪କିମି ବେଗରେ ଉତ୍ତରପୂର୍ବ ଦିଗରେ ଗତି କରି ‌ବାଂଲାଦେଶ, ମିଆଁମାର ମୁହାଁ ହେଇଛି । ଏହା ଧୀରେଧୀରେ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ଦକ୍ଷିଣ-ପୂର୍ବ ବାଂଲାଦେଶ ଓ ଉତ୍ତର ମିଆଁମାର ଉପକୂଳ ମଧ୍ୟ ଦେଇ ଅତ୍ୟନ୍ତ ଭୀଷଣ ବାତ୍ୟା ରୂପରେ ସ୍ଥଳଭାଗ ଛୁଇଁବ ।

You May Also Like

More From Author

+ There are no comments

Add yours