ସମ୍ବଲପୁରରେ ଟ୍ରିପଲ ମର୍ଡର: ବନ୍ଦ ଘରୁ ମିଳିଲା ମା’ ଓ ପୁଅ-ଝିଅଙ୍କ ମୃତଦେହ

ଶବ୍ଦ ଓଡିଶା ବ୍ୟୁରୋ: ସମ୍ବଲପୁରରେ ଟ୍ରିପଲ ମର୍ଡର । ବନ୍ଦ ଘରୁ ମିଳିଲା ମା’ ଓ ପୁଅ-ଝିଅଙ୍କ ମୃତଦେହ । ହତ୍ୟାକାରୀ ତିନି ଶବକୁ ଶୋଇବାଘରେ ଘୋଡ଼ାଇବା ପରେ ଘରେ ତାଲା ପକାଇ ଫେରାର୍ ହୋଇଯାଇଛି । ମୃତକମାନେ ହେଲେ ସାଜିଆ ପରବିନ ଏବଂ ତାଙ୍କର ଝିଅ ହୁମାଇରା ତାଏବା ଓ ପୁଅ ଅବଦୁଲ ରେହମାନ । ହତ୍ୟାକାଣ୍ଡର ପ୍ରାୟ ୪ ଦିନ ପରେ ଘଟଣା ସାମ୍ନାକୁ ଆସିଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରଛି ।
ସମ୍ବଲପୁର ସୁନାପାଲିରେ ରହୁଥିବା ସାଜିଆ ପରୱିନଙ୍କ ସ୍ବାମୀଙ୍କର ଏକ ବର୍ଷ ତଳେ ପରଲୋକ ହୋଇଯାଇଥିଲା । ଜଟିବୁଟି ବ୍ୟବସାୟ କରୁଥିବା ତାଙ୍କ ସ୍ବାମୀଙ୍କ ପରଲୋକ ପରେ ସାଜିଆ ତାଙ୍କ ଦୁଇ ପୁଅଝିଅଙ୍କ ସହିତ ଏକାକୀ ରହୁଥିଲେ । ଉପର ମହଲାରେ ସେମାନେ ରହୁଥିବା ବେଳେ ତଳମହଲାରେ ସଲମାନ ଅହମଦ ନାମକ ଜଣେ ଯୁବକଙ୍କୁ ଘରଭଡ଼ା ଦେଇଥିଲେ । ସଲମାନ ଅହମଦ ଉତ୍ତରପ୍ରଦେଶର ମୂଳନିବାସୀ ହୋଇଥିବା ବେଳେ ଭବାନୀପାଟଣାରେ ତାଙ୍କ ପରିବାର ଗତ କିଛି ବର୍ଷ ହେଲା ରହୁଥିବା କହାଯାଉଛି । ସଲମାନ କିଛି ଶ୍ରମିକଙ୍କୁ ରଖି ସମ୍ବଲପୁରରେ ଘର ସିଲିଂ ବ୍ୟବସାୟ କରୁଥିବା ଜଣାପଡ଼ିଛି । ସାଜିଆଙ୍କ ବାପଘର ଚକ୍ରଧରପୁର ଅଂଚଳରେ ।

You May Also Like

More From Author

+ There are no comments

Add yours