Wed. Oct 14th, 2026

ପ୍ରାକୃତିକ ବିପର୍ଯ୍ୟୟକୁ ରୋକାଯାଇ ନ ପାରେ କିନ୍ତୁ ପୂର୍ବ ପ୍ରସ୍ତୁତି ଦ୍ଵାରା ଏହା ଦ୍ୱାରା କ୍ଷତି କୁ ହ୍ରାସ କରାଯାଇ ପାରିବ। ଏଥିରେ ସ୍ୱଛାସେବୀମାନଙ୍କର ସହଯୋଗ ଗୁରତ୍ୱପୂର୍ଣ୍ଣ ବୋଲି ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାସ ଚନ୍ଦ୍ର ନାୟକ ମତ ଦେଇଛନ୍ତି। ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ଆଗାମୀ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଜିଓ ଏନଜିଓ ବା ସରକାରୀ ଅଧିକାରୀ ଓ ସ୍ୱଛାସେବୀ ସଂଗଠନ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ମହାବାତ୍ୟା ପରେ ରାଜ୍ୟ ସରକାରଙ୍କ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସମଗ୍ର ବିଶ୍ୱରେ ଆଦୃତ ହୋଇଛି। ସେହି ମଡେଲ ଆଧାରରେ ଯେପରି କ୍ଷୟକ୍ଷତିକୁ କମା ଯାଇ ପାରିବ ଓ ପ୍ରତିଟି ମୂଲ୍ୟବାନ ଜୀବନକୁ ରକ୍ଷା କରାଯାଇ ପାରିବ,  ସେଥିପାଇଁ ପ୍ରତ୍ୟେକ ସ୍ତରରେ ପଦକ୍ଷେପ ନିଆଯାଉଛି ବୋଲି କହିଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଡଃ ଶରତ ଚନ୍ଦ୍ର ମହାପାତ୍ର ଯୋଗ ଦେଇ କେବଳ ସରକାର ବା ପ୍ରଶାସନ ବିପର୍ଯ୍ୟୟର ମୁକାବିଲା କରିବା ସମ୍ଭବ ନୁହେଁ, ଏଥିପାଇଁ ପ୍ରତ୍ୟେକ ସ୍ୱଛାସେବୀ ସଂଗଠନର ସହଯୋଗ ସହ ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରଶିକ୍ଷିତ କରାଇବାକୁ ସେ ମତ ଦେଇଥିଲେ। ଡେପୁଟି କଲେକ୍ଟର ଜିତେନ୍ଦ୍ର ପାତ୍ର ସମସ୍ତଙ୍କୁ ସ୍ୱାଗତ ସହ ପୁରୀ ଜିଲ୍ଲାର ୧୧ବ୍ଲକ ୨୬୮ ପଞ୍ଚାୟତର ୧୭୩୭ ଗ୍ରାମ ମଧ୍ୟରୁ ୧୪୨ ପଞ୍ଚାୟତର ୬୪୦ ଗ୍ରାମ ବନ୍ୟା ପ୍ରଭାବିତ ହେବାର ସମ୍ଭାବନା ଅଛି ବୋଲି ସୂଚନା ଦେଇଥିଲେ। ସେହିପରି ୮୮ଟି ଗ୍ରାମ ଓ ପୁରୀ ପୌରାଞ୍ଚଳର ୨୨ଟି ୱାର୍ଡ ସୁନାମୀ ପ୍ରଭାବର ସମ୍ଭାବନା ଅଛି। ୨୦୦ ଆପଦ ମିତ୍ର ସ୍ୱଛାସେବୀ ରହିଥିବା ବେଳେ ୯ଟି ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳ ଓ ୩୭୨ ଟି ବିକଳ୍ପ ଆଶ୍ରୟ ସ୍ଥଳର ବ୍ୟବସ୍ଥା ଅଛି ବୋଲି କହିଥିଲେ। ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ, ବିଭିନ୍ନ ସ୍ୱଛାସେବୀ ସଂଗଠନର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *