କର୍ଣ୍ଣାଟକରେ ଭୋଟଗ୍ରହଣ ଶେଷ ହୋଇଛି । ରାଜ୍ୟରେ କଂଗ୍ରେସ ପୁଣି କ୍ଷମତାକୁ ଆସିବାକୁ ଆଶା ରଖିବାଥିବାବେଳେ ବିଜେପି ଲଗାତାର ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରିବ ବୋଲି ଲକ୍ଷ୍ୟ ରଖିିଛି । ଭୋଟ ଫଳାଫଳ ୧୩ ତାରିଖରେ ଆସିବ । କିନ୍ତୁ ଅଧିକାଂଶ ଏକଜିଟ ପୋଲରେ କର୍ଣ୍ଣାଟକରେ ଝୁଲା ବିଧାନସଭା ହେବା ସମ୍ଭାବନା ରହିଛି । ତେବେ କଂଗ୍ରେସ ସବୁଠୁ ବଡ଼ ଦଳ ଭାବେ ଉଭା ହୋଇପାରେ । ଆଉ କୁମାରସ୍ୱାମୀଙ୍କ ଜେଡିଏସ କିଙ୍ଗମେକର ହୋଇପାରେ । କିଛି ଏକଜିଟ ପୋଲରେ ବିଜେପି ଆଗୁଆ ରହିପାରେ ବୋଲି ମଧ୍ୟ ଆକଳନ କରାଯାଇଛି । ତେବେ ଇଣ୍ଡିଆ ଟୁଡେ-ଆକ୍ସିସର ଏକଜିଟ ପୋଲ ଅନୁସାରେ କଂଗ୍ରେସକୁ ସ୍ପଷ୍ଟ ବହୁମତ ମିଳିବା ଆକଳନ କରାଯାଇଛି । ନ୍ୟୁଜ ୨୪ର ସର୍ଭେ ଅନୁସାରେ କଂଗ୍ରେସକୁ ସ୍ପଷ୍ଟ ବହୁତ ମିଳିପାରେ । ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆର ଏକଜିଟ ପୋଲ ଅନୁସାରେ କର୍ଣ୍ଣାଟକରେ କଂଗ୍ରେସକୁ ସ୍ପଷ୍ଟ ବହୁମତ ମିଳିବା ଆକଳନ କରାଯାଇଛି । କଂଗ୍ରେସକୁ ୧୨୨ରୁ ୧୪୦ ଆସନ ମିଳିବା ସମ୍ଭାବନା ରହିଛି । ବିଜେପିକୁ ୬୨ରୁ ୮୦ ଆସନ ମିଳିପାରେ । ଧର୍ମନିରପେକ୍ଷ ଜନତା ଦଳକୁ ୨୦ରୁ ୨୫ ଆସନ ମିଳିବା ସମ୍ଭାବନା ରହିଛି । ଏବିପି ନ୍ୟୁଜ-ସି-ସିଭୋଟରର ଏକଜିଟ ପୋଲ ଅନୁସାରେ କଂଗ୍ରେସକୁ ୧୦୦ରୁ ୧୧୨ ଆସନ ମିଳିବା ସମ୍ଭାବନା ରହିଛି । ବିଜେପିକୁ ୮୩ରୁ ୯୫ ଓ ଜେଡିଏସକୁ ୨୧ରୁ ୨୯ ଆସନ ମିଳିପାରେ । ଇଣ୍ଡିଆ ଟିଭି-ସିଏସଏକ୍ସ ଆକଳନ ଅନୁସାରେ,କଂଗ୍ରେସକୁ ୧୧୦ରୁ ୧୨୦ ଆସନ ମିଳିବା ସମ୍ଭାବନା ରହିଛି । ବିଜେପିକୁ ୮୦ରୁ ୯୦ ଓ ଜେଡିଏସକୁ ୨୦ରୁ ୨୪ ଆସନ ମିଳିପାରେ ।
You May Also Like
ତିନିଦିନ ଚାଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ
September 20, 2024
ଡେଙ୍ଗୁ ଜ୍ୱରକୁ ମହାମାରୀ ଘୋଷଣା
September 3, 2024
ଓଡ଼ିଶା ଆସୁଛି ୪୮ ହଜାର କ୍ଵିଣ୍ଟାଲ ଆଳୁ
August 21, 2024
More From Author
ବନ୍ଦ୍ ହୋଇଯିବ ଇଣ୍ଟରନେଟ!
July 13, 2023
ବିଜେପି ଜାତୀୟ କାର୍ଯ୍ୟକାରୀ କମିଟିରେ ସମୀର
July 13, 2023
ସଂରକ୍ଷିତ ଜଙ୍ଗଲରୁ ବାରହା ମାଂସ ଜବତ, ୨ଗିରଫ
July 12, 2023
+ There are no comments
Add yours