Wed. Oct 14th, 2026

 ଓଡିଶା ସରକାର ଦୁବାଇ ସହ ପର୍ଯ୍ୟଟନ କ୍ଷେତ୍ରରେ ଅଧିକ ସମ୍ପର୍କ  ଯୋଡିବାକୁ  ପ୍ରୟାସ ଆରମ୍ଭ କରିଥିବାବେଳେ  ୧୬ ତାରିଖରେ ଦୁବାଇରେ  ପର୍ଯ୍ୟଟନ ବିଭାଗର  ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ  ଯୋଗ ଦେବା ନିମନ୍ତେ  ୧୫ରେ  ମିଶନ ଶକ୍ତି  କୋରାପୁଟ ଜିଲ୍ଲା ସଭାନେତ୍ରୀ   ଜ୍ୟୋତିରେଖା ଚେଟ୍ଟୀ  ଦୁବାଇ ଗସ୍ତ କରିବେ । ଏହି ଅବସରରେ  ଶୁକ୍ରବାର ଜିଲ୍ଲାପାଳ  ଅବଦ୍ଦାଲ୍ ଏମ୍ ଅଖତର,ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର କୁମାର ମାଝି  ଶ୍ରୀମତି ଚେଟ୍ଟୀଙ୍କୁ  ଶୁଭେଚ୍ଛା ଜଣାଇବା ସହ  ସୁଖଦ ଯାତ୍ରା କାମନା କରିଛନ୍ତି ।  ସେହିପରି   ଜିଲ୍ଲା ମିଶନ ଶକ୍ତି କାର୍ଯ୍ୟାଳୟରେ ଅନୁଷ୍ଠିତ ସ୍ୱତନ୍ତ୍ର  କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରକଳ୍ପ ସଂଯୋଜକ  ଜୟକୃଷ୍ନ ମହାପାତ୍ର,ବିଭିନ୍ନ  ବ୍ଲକରୁ ଆସିଥିବା କାର୍ଯ୍ୟକାରୀ ସଦସ୍ୟା,କର୍ମଚାରୀ  ଉମେଶ  ଶବର,ସାଇ ପ୍ରସାଦ ଚୌଧରୀ,ସାରଙ୍ଗଧର ଶବର,ପବିତ୍ର ପଟ୍ଟନାୟକ ପ୍ରମୁଖ  ଜିଲ୍ଲା ସଭାନେତ୍ରୀ ଶ୍ରୀମତି ଚେଟ୍ଟୀଙ୍କୁ  ଶୁଭକାମନା ଜଣାଇଥିଲେ । ସୂଚନା ଅନୁଯାୟୀ,୧୬ତାରିଖରେ  ଦୁବାଇରେ  ଅନୁଷ୍ଠିତ ହେବାକୁ ଥିବା ଏକ ବିରାଟ ସମାରୋହରେ  ରାଜ୍ୟର  ମିଶନ ଶକ୍ତି ମହିଳା,କ୍ରୀଡାବୀତ, ଛାତ୍ରୀ ଓ  ବିଭିନ୍ନ  ବର୍ଗର ବ୍ୟକ୍ତି ଦୁବାଇ ଯିବେ ।  ୧୫ତାରିଖରେ ଭୂବନେସ୍ୱର-ଦୁବାଇକୁ  ସିଧା ବିମାନ ସେବା  ଆରମ୍ଭ  ହେବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ ବୋଲି ଜଣା ପଡିଛି । ସ୍ୱୟଂ ସହାୟିକା ଗୋଷ୍ଠୀର  ମା ମାନଙ୍କୁ  ସ୍ୱାବଲମ୍ବୀ କରିବା ନିମନ୍ତେ  ମିଶନ ଶକ୍ତି  ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଏକାଧିକ ଯୋଜନା କାର୍ଯ୍ୟକାରୀ କରିଥିବାବେଳେ  ବର୍ତମାନ ମାନ୍ୟବର  ମୁଖ୍ୟମନ୍ତ୍ରୀ  ନିମ୍ନ  ଓ ମଧ୍ୟବିତ ପରିବାରରୁ ଆସିଥିବା ମିଶନ ଶକ୍ତି  ମା ମାନଙ୍କୁ  ବିଦେଶ ଭ୍ରମଣର ସୁଯୋଗ ଦେଇଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ମିଶନ ଶକ୍ତି  ବିଭାଗ କମିଶନର ତଥା ପ୍ରମୁଖ ଶାସନ ସଚିବ ସୁଜାତା ଆର୍ ପାଣ୍ଡିଆନଙ୍କୁ  କୃତଜ୍ଞତା ଜଣାଇଛନ୍ତି ।  

Leave a Reply

Your email address will not be published. Required fields are marked *