
ପୁରୀ ସ୍ନାନଯାତ୍ରା ଓ ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ବିଭିନ୍ନ ହୋଟେଲ ଓ ଲଜକୁ ଯାଞ୍ଚ କରା ଯାଉଛି।ହୋଟେଲ ଲଜମାନଙ୍କର ସିସିଟିଭିକୁ ଲଗାଇବା ଓ ଅଚଳ ସିସିଟିଭିକୁ ଠିକ୍ କରିବା ସହ ଯାତ୍ରୀମାନଙ୍କର ସଠିକ୍ ଭାବେ ପରିଚୟ ପ୍ରମାଣ ପତ୍ରକୁ ରଖି ଯାତ୍ରୀଙ୍କୁ ଆଶ୍ରୟ ଦେବା ସହ କୌଣସି ସମସ୍ୟା ସୃଷ୍ଟି ହେଲେ ତୁରନ୍ତ ପୋଲିସକୁ ଖବର ଦେବା ପାଇଁ ସଚେତନ କରାଯାଇଛି। ଏଥିରେ ପୋଲିସ ଅଧିକାରୀ ମାନେ କିଛି ହୋଟଲରେ ରହୁଥିବା ପଯ୍ୟଟକମାନଙ୍କ ସହିତ ବିଭିନ୍ନ ସୁବିଧା ଓ ଅସୁବିଧା ବିଷୟରେ ଆଲୋଚନା କରିଥିଲେ।
