କିଏ ମାରିବ କର୍ଣ୍ଣାଟକ ବାଜି?

କର୍ଣ୍ଣାଟକରେ କିଏ ଗଢ଼ିବ ସରକାର । ଆଉ କିଛି ସମୟ ପରେ ଆସିବ ଫଇସଲା । ତେବେ ଏହା ପୂର୍ବରୁ ବିଭିନ୍ନ ଏକଜିଟ୍ ପୋଲ ସାମ୍ନାକୁ ଆସିଛି । ଯେଉଁଥିରେ କଂଗ୍ରେସ ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି । ଅର୍ଥାତ୍ କର୍ଣ୍ଣାଟକରେ ଏଥର କଂଗ୍ରେସ ସରକାର ଗଠନ କରିବ ବୋଲି ଅନୁମାନ କରିଛନ୍ତି ଅଧିକାଂଶ ଏକଜିଟ୍ ପୋଲ । ଏକଜିଟ୍ ପୋଲ ଗୁଡ଼ିକୁ ନେଇ ହୋଇଥିବା ‘ପୋଲ ଅଫ୍ ପୋଲସ୍’ରେ ଝୁଲା ସରକାର ନେଇ ସ୍ପଷ୍ଟ କରାଯାଇଛି । ଇଣ୍ଡିଆ ଟୁଡେ-ଏକ୍ସିସ ମାଇଁ ଇଣ୍ଡିଆ ସର୍ଭେ ଅନୁସାରେ, ଏଥର କର୍ଣ୍ଣାଟକରେ କଂଗ୍ରେସ ସରକାର ହେବ । ସେହିପରି ନ୍ୟୁଜ-୨୪- ଟୁଡେଜ୍ ଚାଣକ୍ୟ ମଧ୍ୟ କଂଗ୍ରେସ ସପକ୍ଷରେ ସର୍ଭେ କରିଛି । ତେବେ ଅଧିକାଂଶ ସଂସ୍ଥା ଓ ଟିଭି ଚ୍ୟାନେଲ ଝୁଲା ସରକାର ନେଇ ଇସାରା ଦେଇଛନ୍ତି । କର୍ଣ୍ଣାଟକରେ ଏଥର ରେକର୍ଡ ସଂଖ୍ୟକ ମତଦାନ ହୋଇଛି । କର୍ଣ୍ଣାଟକରେ ଏଥର ୭୨ ଦଶମିକ ୬୭ ପ୍ର୍ତିଶତ ମତଦାନ ହୋଇଛି । ତେବେ ଆଗକୁ ମଧ୍ୟ ଏହି ସଂଖ୍ୟା ଆହୁରି ବଢ଼ିପାରେ । କାରଣ ପୋଷ୍ଟାଲ ବାଲାଟ ଓ ହୋମ୍ ଭୋଟିଂ ସଂଖ୍ୟା ଏପର୍ୟ୍ୟନ୍ତ ଗଣନା କରାଯାଇନାହିଁ । ୨୦୧୮ ମସିହାରେ ୭୨ ଦଶମିକ ୪୪ ପ୍ରତିଶତ ମତଦାନ ହୋଇଥିଲା ବେଳେ ୨୦୧୩ରେ ୭୧ ଦଶମିକ ୮୩ ପ୍ରତିଶତ ଭୋଟ ପଡ଼ିଥିଲା । ଅର୍ଥାତ୍ ଚଳିତଥର ଭୋଟିଂ ହାର ବୃଦ୍ଧିଯାଇଛି, ଯାହା ପରିବର୍ତନ ଆଡ଼କୁ ଇସାରା କରୁଛି ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

You May Also Like

More From Author

+ There are no comments

Add yours