ଖରାଦିନେ ପଡୁଛି କାକର, କୁହୁଡ଼ିରେ ଯାତାୟତ ବାଧାପ୍ରାପ୍ତ

ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଅସମ୍ଭାଳ ତାତିରେ ଲୋକେ ନାକେଦମ୍ ହେଲେଣି । ଦିନ ୧୧ ଟା ହେଲେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାର ବିଭିନ୍ନ ସହରରେ ତାମପାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଅନ୍ୟପଟେ ଆଜି ଠାରୁ ଉପକୂଳ ଓଡିଶାରେ ତାତି ବଢିବ ।କିନ୍ତୁୂ କୋରାପୁଟ ଜିଲ୍ଲାର ଲମତାପୁର ବ୍ଲକରେ ପ୍ରକୃତିରେ ଅନ୍ୟ ଏକ ରୂପ ଦେଖିବାକୁ ମିଳିଛି । ଯେଉଁଠି ଅନ୍ୟ ଅଂଚଳରେ ଆକାଶରୁ ନିଆଁ ବର୍ଷା ହେଉଛି, ସେଠି ବରଫରେ ଆଦୃତ ହେଉଛି ଅଂଚଳ । ଏପରି ପାଣିପାଗ ପରିବର୍ତନକୁ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି ଲୋକେ । ସେମାନଙ୍କ କହିବା କଥା, ମାସେ ହେବ ସେମାନେ ଗ୍ରୀଷ୍ମଋତୁ ଅନୁଭବ କରିନାହାନ୍ତି । ଯେଉଁଠି ଖରା ଦିନେ ସବୁଜିମାରେ ବିରତିି ଲାଗେ, ସେଠି ଏହି ଯାଗା ସବୁଜ ପରିବେଶରେ ପରିପୂର୍ଣ୍ଣ । ସକାଳ ୯ଟା ପର୍ଯ୍ୟନ୍ତ କୁହୁଡ଼ି ଯାଉନି । ଫଳରେ ସକାଳ ସମୟରେ ଗାଡି ମୋଟର ଯିବା ଆସିବାରେ ଅସୁବିଧା ଦେଖାଦେଉଛି । ତେବେ ସେଠାକାର ଲୋକେ ପ୍ରଥମ ଥର ପାଇଁ ଏଭଳି ଅନୁଭୂତି ସାଉଁଟୁଛନ୍ତି ବୋଲି ମତ ବାଢିଛନ୍ତି ।

You May Also Like

More From Author

+ There are no comments

Add yours