କାଲି ଝାରସୁଗୁଡ଼ା ମତଦାନ, ବୁଥରେ ଲାଗୁ ହେଲା ସାଇଲେଣ୍ଟ ପିରିୟଡ଼

ରାତି ପାହିଲେ ଝାରସୁଗୁଡା ଉପନିର୍ବାଚନ । ରାତି ପାହିଲେ ମତଦାନ । ପ୍ରାର୍ଥୀଙ୍କ ଭାଗ୍ୟ ନିରୂପଣ କରବେ ଜନତା । ତେବେ କିପରି ସହଜ ଓ ସୁରକ୍ଷିତ ହେବ ଏହି ମତଦାନ ପ୍ରକ୍ରିୟା, ସେନେଇ ତତ୍ପରତା ଦେଖାଉଛି ପ୍ରଶାସନ । ନିର୍ବାଚନ ପାଇଁ ଚଳଚଂଚଳ ହୋଇପଡିଛି ମତଦାନ କେନ୍ଦ୍ର । ମୋଟ ୨୫୩ଟି ଭୋଟିଂ ବୁଥ ଥିବା ବେଳେ କଛି ସମ୍ବେଦନ ଓ ଅତିସମ୍ବେଦନଶୀଳ ଭୋଟିଂ କେନ୍ଦ୍ର କରାଯାଇଛି । ସକାଳ ୭ରୁ ସଂଧ୍ୟା ୬.୩୦ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲୁ ରହିବ । ଏଥି ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବିଶେଷ ସୁରକ୍ଷା ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି । ଏହା ସହ ଜିଲ୍ଲା ପ୍ରଶାସନ ମଧ୍ୟ ଏହି ସୁରକ୍ଷା ବ୍ୟବସ୍ଥା ଉରେ କଡ଼ା ନଜର ରଖିଛି । ଏଥିରେ ୧୦୧୨ଟି ପୁଲିଂ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । ତେବେ ଆଜି ସଂଧ୍ୟା ୬ଟା ପରଠାରୁ ସମସ୍ତ ବୁଥରେ ସାଇଲେଂଟ ପିରିୟଡ ଲାଗୁ କରାଯିବ । ଯାହା ଦ୍ୱାରା ନିର୍ବାଚନରେ ଭାଗ ନେଇଥିବା ପ୍ରର୍ଥୀ, ଦଳୀୟ କର୍ମୀ, ଷ୍ଟାର କ୍ୟାମ୍ପେନର କିମ୍ବା ଏହି ସମ୍ବନ୍ଧୀୟ କୌଣସି ବ୍ୟକ୍ତି ବୁଥ ଆଖପାଖ ଅଂଚଳକୁ ଯାଇପାରିବେ ନାହିଁ । ଏହି ସମୟରେ ବୁଥ୍ ପାଖର ମଦ ଦୋକାନ ଗୁଡିକୁ ମଧ୍ୟ ବ୍ୟାନ କରାଯିବ । ଯଦି କୌଣସି ବ୍ୟକ୍ତି ଏହି ସମୟରେ ଧାର୍ଯ୍ୟ କରାଯାଇଥିବା ନିୟମାବଳୀକୁ ଉଲଂଘନ କରନ୍ତି, ସେଥିପାଇଁ ମଧ୍ୟ ଦଣ୍ଡ ବିଧାନ ରହିଛି । ବ୍ୟକ୍ତିଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ମିଳିବ । ଯଦି କୌଣସି ବ୍ୟକ୍ତି ପୁଲିଂ ବୁଥ୍‌ର ୧୦୦ ମିଟର ମଧ୍ୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରନ୍ତି, ତେବେ ତାଙ୍କୁ ବିନା ଆରେଷ୍ଟ ୱରେଂଟରେ ଗିରଫ କରିବାର ନିୟମ ରହିଛି ।ତେବେ ଝାରସୁଗୁଡାରେ ୧୯୭ ସ୍ଥାନରେ ମୋଟ ୨୫୩ଟି ମତଦାନ କେନ୍ଦ୍ର ରହିଛି । ସେହିପରି ସହରାଂଚଳରେ ୨୬ଟି ପିଙ୍କ ବୁଥର ବ୍ୟବସ୍ଥା କରାଯାଇଛି । ଆସନ୍ତା କାଲି ୨ଲକ୍ଷ ୨୧ ହଜାର ୭୧୯ଜଣ ଲୋକେ ନିଜ ପ୍ରତିନିଧି ବାଛିବେ । ଯେଉଁଥିରେ ୧ ଲକ୍ଷ ୧୦ ହଜାର ୬୧୯ଜଣ ପୁରୁଷ ଥିବା ବେଳେ ମହିଳା ଭୋଟର ରହିଛନ୍ତି ୧ଲକ୍ଷ ୧୧ ହଜାର ୩୭ ଜଣ । ସେଥିରେ ୬୩ ଜଣ କିନ୍ନର, ୨୪୯ ଜଣ ସର୍ଭିସ ଭୋଟର ଓ ୨୫୩୪ ଜଣ ପିଡ୍ଲୁଡି ଭୋଟର ସାମିଲ ଅଛନ୍ତି ।ତେବେ ନିର୍ବାଚନ ରେସରେ ରହିଛନ୍ତି ମୋଟ ୯ଜଣ ପ୍ରାର୍ଥୀ । ଶାସକ ଦଳ ପକ୍ଷରୁ ବିଜେଡ଼ି ଦିପାଳି ଦାସଙ୍କୁ ମୈଦାନକୁ ଓହ୍ଲାଇବା ପରେ ଶଙ୍ଖ ଶିବିରର ହେଭିୱେଟ ନେତାମାନେ ମଧ୍ୟ ବିଭିନ୍ନ କାର୍ଡ ଖେଳି ଲୋକଙ୍କ ଭରଷା ଜିତିବାରେ ଲାଗି ପଡିଥିଲା । ବିଜେପି ପକ୍ଷରୁ ଟଙ୍କଧର ତ୍ରିପାଠୀ ପଦ୍ମଦଳ ପକ୍ଷରୁ ପ୍ରାର୍ଥୀ ହୋଇ ଲୋକଙ୍କ ମନ ଜିଣିବାକୁ ଉଦ୍ୟମ କରିଥିଲେ । ପଶ୍ଚିମ ଓଡ଼ିଶାରେ ବିଜେଡ଼ିର ଦବଦବା ଥିଲେ ମଧ୍ୟ ବିଜେପି ସମସ୍ତ କସରତ କରିଥିଲା । ସେପଟେ ଏହି ରେସରେ କଂଗ୍ରେସ ମଧ୍ୟ ପ୍ରଚାରରେ କୌଣସି ଉଣା କରିନଥଲା । ହେଲେ ରାଜ୍ୟରେ ୩ ମୁଖିଆ ଦଳର ପ୍ରଚାର ପରେ ଲୋକେ କାହାକୁ ନିଜ ପ୍ରତିନିଧି ବାଛିବେ, ତାହା ଫଳାଫଳ ଆସିବା ପରେ ହିଁ ଜଣା ପଡିବ ।

You May Also Like

More From Author

+ There are no comments

Add yours