ନବୀନ-ନୀତିଶଙ୍କ ମହାମିଳନ

ନବୀନ-ନୀତିଶଙ୍କ ମହାମିଳନ । ନବୀନ ନିବାସରେ ପହଂଚିଥିଲେ ନୀତିଶ କୁମାର । ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ କ’ଣ କଥା ହୋଇଥାଇପାରେ ତାହା ସାଧାରଣ ଲୋକଙ୍କ ମନରେ ଚର୍ଚ୍ଚା ହେଉଥିଲା । ତେବେ ପୂର୍ବରୁ ଯାହା ଶୁଣିବାକୁ ମିଳୁଥିଲା ଯେ, ଆଗକୁ ରହିଛି ୨୪ ସାଧାରଣ ନିର୍ବାଚନ । ଯାହାକୁ ଆଖି ଆଗରେ ରଖି ନୀତିଶ ଦୁଇ ଦଳ ମଧ୍ୟରେ ମେଂଟ କରିବାକୁ ପ୍ରସ୍ତାବ ଦେବା ପାଇଁ ଆସିଥିଲେ । ପ୍ରାୟ ଏକ ଘଂଟା ଲଂଚର କାର୍ଯ୍ୟକ୍ରମ କରାଯାଇଥିଲା । ୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ମହାମେଂଟ ପାଇଁ ପ୍ରସ୍ତାବ ଆଣିଥିଲେ ନୀତିିଶ । ବିପକ୍ଷ ଦଳକୁ ଏକାଠି କରିବାକୁ କରିଥିଲେ ଉଦ୍ୟମ । ନବୀନ ନିବାସରେ ଲଂଚ ପରେ ସେ କହିଛନ୍ତି ଯେ, ସମୟ ଆସିଲେ ସବୁ ଜଣାପଡିବ । ସେପଟେ ବିହାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ନବୀନ କହିଛନ୍ତି ଆମେ ପୁରୁଣା ବନ୍ଧୁ । ବହୁ ଦିନ ପରେ ଏକାଠି ବସି ଆଲୋଚନା କରିଛୁ । ନବୀନ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି, ଏହି ଭେଟଘାଟରେ ମେଣ୍ଟ ନେଇ କୌଣସି ଆଲୋଚନା ହୋଇନାହିଁ । ପୁରୀରେ ବିହାରରୁ ଆସୁଥିବା ଯାତ୍ରୀଙ୍କ ପାଇଁ ବିହାର ଭବନ ବାବଦକୁ ଦେଢ ଏକର ଜମି ପ୍ରଦାନ କରାଯିବା ନେଇ ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି ବୋଲି ନବୀନ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏପରିକି ପୁରୀରେ ବିହାର ଭବନ ପାଇଁ ମାଗଣାରେ ଜମି ପ୍ରଦାନ କରାଯିବ ବୋଲି କହିଛନ୍ତି ନବୀନ । ଏହା ସମ୍ପୂର୍ଣ୍ଣ ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି କହିଛନ୍ତି ନବୀନ । ଅନ୍ୟପଟେ ନୀତିଶ କହିଛନ୍ତି, ଏହାପୂର୍ବରୁ ଅନେକଥର ମୁଁ ଏଠାକୁ ଆସିଛି । କିନ୍ତୁ କରୋନା କାରଣରୁ ଦୀର୍ଘ ଦିନ ହେବ ଦେଖା ହୋଇନଥିଲା । ତେଣୁ ଆସିବାକୁ ଇଚ୍ଛା କରି ଚାଲି ଆସିଲି ବୋଲି କହିଛନ୍ତି ନୀତିଶ ।ତେବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଓଡିଶା ଗସ୍ତକୁ ନେଇ ଯେଉଁ କଳ୍ପନା-ଜଳ୍ପନା କରାଯାଉଥିଲା ତାହାର ଅନ୍ତଃ ଘଟାଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଦୁଇ ପ୍ରମୁଖ ରାଜନୈତିକ ଦଳର ମୁଖିଆ । ନୂଆ ସାମୁଖ୍ୟକୁ ନେଇ ଯେଉଁ ସବୁ ଆଲୋଚନା ହେଉଥିଲା, ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ନବୀନ–ନୀତୀଶ ।

You May Also Like

More From Author

+ There are no comments

Add yours