ବାଦ ବିବାଦ ମଧ୍ୟରେ ‘ଦ କେରଳ ଷ୍ଟୋରୀ ‘; କେଉଁଠି ଟ୍ୟାକ୍ସ ଫ୍ରୀ, କେଉଁଠି ବ୍ୟାନ!

ରିଲିଜ ହେବା ମାତ୍ରେ ସିନେମା ଜଗତରେ ହଇଚଇ ସୃଷ୍ଟି କରିଛି ଫିଲ୍ମ ଦ କେରଳ ଷ୍ଟୋରୀ । କେଉଁଠି ଏହାକୁ ଟ୍ୟାକ୍ସ ଫ୍ରୀ କରାଯାଇଛି ତ ଆଉ କେଉଁଠି ଏହାକୁ ବ୍ୟାନ । ତେବେ ଏହାକୁ ବ୍ୟାନ କରିବା ପାଇଁ ମେରଳ ହାଇକୋର୍ଟରେ ଅପିଲ କରିଥିବା ଆବେଦନକାରୀମାନେ ବର୍ତମାନ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଫିଲ୍ମକୁ ନେଇ ଆରମ୍ଭରୁ ବହୁ ବାଦ ବିବାଦ ଉପୁଜିଥିଲା । ଫିଲ୍ମ ଭଲ ଆୟ କରୁଛି ସତ, ହେଲେ ଆରମ୍ଭରୁ ହିଁ ବିବାଦ ପିଛା ଛାଡୁନି । ଗୋଟିଏ ପଟେ ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ଭଳି ରାଜ୍ୟରେ ଫିଲ୍ମକୁ ଟିକସମୁକ୍ତ କରାଯାଇଥିବା ବେଳେ ପଶ୍ଚିମବଙ୍ଗରେ ଫିଲ୍ମକୁ ସମ୍ପୂର୍ଣ୍ଣ ରୂପେ ବ୍ୟାନ୍ କରାଯାଇଛି । ପଶ୍ଚିମବଙ୍ଗର ସମସ୍ତ ସିନେମା ହଲରୁ ଏହି ଫିଲ୍ମ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମମତା ବାନାର୍ଜୀ । ପଶ୍ଚିମବଙ୍ଗରେ ଶାନ୍ତି ବଜାୟ ରଖିବାକୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି । କେବଳ ଏତିକି ନୁହେଁ ବିଜେପି ଉପରେ ବଡ ଅଭିଯୋଗ ମଧ୍ୟ ଆଣିଛନ୍ତି ମମତା ବାନାର୍ଜୀ । ବିଜେପି ସରକାର ମନଗଢା ଓ ମିଛ କାହାଣୀକୁ ନେଇ ବଙ୍ଗାଳ ଫାଇଲ୍ସ ଫିଲ୍ମ ନିର୍ମାଣ କରିବାକୁ ଫିଲ୍ମନିର୍ମାଣକାରୀଙ୍କୁ ଟଙ୍କା ଦେଉଛନ୍ତି ବୋଲି ମମତା କହିଛନ୍ତି । କିଛି ଦିନ ପୂର୍ବେ ବିଜେପି ପଠାଇଥିବା କିଛି କଳାକାର ପଶ୍ଚିମବଙ୍ଗ ଆସିଥିଲେ ।ମମତା କହିଛନ୍ତି, ଏହି ଫିଲ୍ମ ଜରିଆରେ କେରଳ ଲୋକଙ୍କ ସମ୍ମାନ କ୍ଷୂର୍ଣ୍ଣ କରାଯାଉଛି । ବିଜେପି ଏଭଳି ସାମ୍ପ୍ରଦାୟିକ ଭେଦଭାବ କାହିଁକି ସୃଷ୍ଟି କରୁଛି । ଏସବୁ କରିବା କଣ ଗୋଟେ ରାଜନୈତିକ ଦଳର କାମ । ଏମାନଙ୍କୁ ଏଭଳି କାମ କରିବାକୁ ହକ୍ କିଏ ଦେଇଛି? ସେହିଭଳି ଏହି ଫିଲ୍ମକୁ ତାମିଲନାଡୁରେ ମଧ୍ୟ ବୟକଟ କରାଯାଇଛି । ତାମିଲନାଡୁ ମଲ୍ଟିପ୍ଲେକ୍ସ ଆସୋସିଏସନ ଏହି ଫିଲ୍ମ ଉପରେ ରୋକ ଲଗାଇଛି । କାରଣ ଏହି ଫିଲ୍ମ ଦ୍ୱାରା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ମାମଲାକୁ ନେଇ ହାଇକୋର୍ଟ ଯିବାକୁ ଆବେଦନକାରୀଙ୍କୁ କହିଥିଲେ ସୁପ୍ରିମକୋର୍ଟ । ଅନ୍ୟପଟେ ଏହି ଫିଲ୍ମ ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟରେ ମଧ୍ୟ ଏକ ପିଟିସନ ଦାୟର କରାଯାଇଥିଲା । କିନ୍ତୁ ସୁପ୍ରିମକୋର୍ଟ ଏହି ମାମଲାରେ ଶୁଣାଣି କରିବା ପାଇଁ ମନା କରିଥିଲେ ।

You May Also Like

More From Author

+ There are no comments

Add yours