ପ୍ରକୃତିକୁ ଭଲ ପାଇଲେ, ପ୍ରାଣୀଜଗତ ସୁସ୍ଥ ରହିବ । ଏକଥା କେହି ବୁଝୁବା ନବୁଝୁ, ଝାଡଖଣ୍ଡର ଯମୁନା ଟୁଡୁ ବେଶ୍ ଭଲ ଭାବରେ ବୁଝିଛନ୍ତି । ସୁରକ୍ଷା ଦେଇଛନ୍ତି ୧୧୦ଏକର ଜଙ୍ଗଲ । କାଠମାଫିଆଙ୍କ ପାଇଁ କାଳ ସାଜିଥିବା ଯମୁନା ସାଉଁଟିଛନ୍ତି ଅନେକ ପ୍ରଶଂସା । ଦେଶରେ ଲେଡି ଟାର୍ଜନ ଭାବେ ପରିଚିତ ଯମୁନା । ଗଛ ଆମର ଦେବତା । ଦେବତାଙ୍କୁ କିଏ ବାଡାଏ? ତାଙ୍କୁ କିଏ ଆଘାତ ଦିଏ? ନାଇଁନା, ତାହେଲେ ଆମେ ଆଘାତ ଦେବା କାହିଁକି? ଗଛ କାଟିବା କାହିଁକି? ଏ ହେଉଛି ଝାଡଖଣ୍ଡର ଲେଡି ଟାର୍ଜନ ଯମୁନା ଟୁଡୁଙ୍କ ଅନ୍ତରର କଥା । ଏହି କଥା ସେ ସମସ୍ତଙ୍କୁ ବୁଝାନ୍ତି । ତାଙ୍କର ମିଠା ମିଠା କଥାରେ ହଁ ଭରନ୍ତି ଅନେକ ମହିଳା । ଆଉ ଘରର ଚାରିକାନ୍ଥ ଭିତରୁ ବାହାରି ଆସନ୍ତି ଜଙ୍ଗଲ ସୁରକ୍ଷା ପାଇଁ । ବାହାରି ଆସନ୍ତି ପ୍ରକୃତିର ସୁରକ୍ଷା ପାଇଁ । ରାତି ପାହିଲେ ନିତ୍ୟକର୍ମ ସାରି ଯମୁନା ତାଙ୍କ ଲେଡି ସେନାବାହିନୀଙ୍କ ସହ ବାହାରି ପଡନ୍ତି । ହାତରେ ଥାଏ ଠେଙ୍ଗା । ଜଙ୍ଗଲରେ କିଏ କାଠକାଟୁଥିବା ଖବର ପାଇବା ମାତ୍ରେ ସମସ୍ତେ ଘେରିଯାଆନ୍ତି । କାଠମାଫିଆଙ୍କ ନାଲି ଆଖି ସେମାନଙ୍କୁ ଡରାଇପାରେ ନାହିଁ । ନିକଟସ୍ଥ ରେଳ ଧାରଣାରୁ ଛୋଟ ଛୋଟ ପଥର ଉଠାଇ କାଠମାଫିଆଙ୍କୁ ମାଡ଼ କରନ୍ତି । ଯମୁନା ଓ ତାଙ୍କ ସେନାବାହିନୀର ସାମ୍ନା କରିପାରନ୍ତି ନାହିଁ କାଠମାଫିଆ । ଛତ୍ରଭଙ୍ଗ ଦିଅନ୍ତି । ଆଉ କେବେ ଯମୁନାଙ୍କ ଉଲାକାରେ ପଶିବାକୁ ସାହସ କରନ୍ତି ନାହିଁ । କାଠମାଫିଆଙ୍କ କବଳରୁ ୧୧୦ ଏକର ଜଙ୍ଗଲ ସୁରକ୍ଷା କରି ଯମୁନା ଦେଶରେ ସୃଷ୍ଟି କରିଛନ୍ତି ଅନନ୍ୟ ଉଦାହରଣ । ପ୍ରକୃତିର ସୁରକ୍ଷା ପାଇଁ ୨୦୧୯ରେ ରାଷ୍ଟ୍ରପତିଙ୍କଠାରୁ ପାଇଛନ୍ତି ପଦ୍ମଶ୍ରୀ । ନୀତି ଆୟୋଗ ତାଙ୍କୁ ଓମେନ୍ ଟ୍ରାନ୍ସଫର୍ମଙ୍ଗ ଆୱାର୍ଡରେ ମଧ୍ୟ ସମ୍ମାନିତ କରିଛି । ଆଉ ଝାଡଖଣ୍ଡ ସରକାର ଯମୁନାଙ୍କୁ ଦେଇଛନ୍ତି ଅନେକ ସମ୍ମାନ ଓ ସ୍ୱୀକୃତି । ଝାଡଖଣ୍ଡ ପୂର୍ବ ସିଂଭୂମି ଜିଲ୍ଲା ମାତୁରଖାନ୍ର ଯମୁନା ଟୁଡୁ । ବୟସ ମାତ୍ର ୩୭ । ୧୮ବର୍ଷ ବୟସରଙ୍କ ସେ ଜଣେ କଂଟ୍ରାକ୍ଟଙ୍କ ହାତ ଧରିଥିଲେ । କିନ୍ତୁ ପିଲାବେଳୁ ଗଛ ପ୍ରତି ତାଙ୍କର ଥିଲା ପ୍ରବଳ ଦୁର୍ବଳତା । ବିବାହ ପରେ ଏହି ଭାବନା ଯମୁନାଙ୍କୁ ଅସ୍ତବ୍ୟସ୍ତ କରିପକାଇଲା । ନକ୍ସଲ ପ୍ରବଣ ମତୁରଖାମ୍ ଜଙ୍ଗଲର ସୁରକ୍ଷା ପାଇଁ ଅଣ୍ଟା ଭିଡିଲେ । ନିଜ ଉଦ୍ୟମରେ ଗଠନ କଲେ ବନ ସୁରକ୍ଷା ସମିତି । ଧୀରେ ଧୀରେ ଏହି ସଂଖ୍ୟା ୫୦ରୁ ଅଧିକରେ ପହଂଚିଲା । ଆଉ ମହିଳା ସଦସ୍ୟାଙ୍କ ସଂଖ୍ୟା ଛୁଇଁଲା ୧୦ହଜାରରେ । ୩ଶହ ଗାଁର ମହିଳା ସାମିଲ୍ ହେଲେ ଯମୁନାଙ୍କ ଟିମ୍ରେ । ଶାଳ, ସାଗୁଆନରେ ଏବେ ଭର୍ତ୍ତି ହୋଇଛି ମତୁରଖାମ୍ ଜଙ୍ଗଲ । ସକାଳୁ ରାତି ପର୍ଯ୍ୟନ୍ତ ଚାଲିଲା ଜଙ୍ଗଲ ସୁରକ୍ଷା । ଦିନରାତି କେବଳ ଜଙ୍ଗଲ ସୁରକ୍ଷାରେ ଲାଗିଛନ୍ତି ୧୦ହଜାର ମହିଳା । ଯଦୁନାଙ୍କ ଉଦ୍ୟମ ଓ ପ୍ରଶଂସନୀୟ କାର୍ଯ୍ୟ ପୂର୍ବସଂହଭୂମି ଜିଲ୍ଲାର ସୀମାସରହଦ ଡେଇଁ ଦେଶରେ ଖେଳିଯାଇଛି । ସମସ୍ତେ ତାଙ୍କୁ ଆଦରରେ କହୁଛନ୍ତି ଝାଡ଼ଡଖଣ୍ଡର ଲେଡି ଟାର୍ଜନ । ଯମୁନା ଟୁଡୁ ଏବେ କୌଣସି ସେଲିବ୍ରିଟିଙ୍କଠାରୁ କମ୍ ନୁହଁନ୍ତି । ଅନ୍ୟ ମହିଳାମାନେ ତାଙ୍କ ଉଦ୍ୟମ ଓ କାର୍ଯ୍ୟରେ ଅନୁପ୍ରାଣିତ ହେଲେ ଦେଶର ଜଙ୍ଗଲ ସମ୍ପଦର ସୁରକ୍ଷା ହୋଇପାରନ୍ତା ।
You May Also Like
ତିନିଦିନ ଚାଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ
September 20, 2024
ଡେଙ୍ଗୁ ଜ୍ୱରକୁ ମହାମାରୀ ଘୋଷଣା
September 3, 2024
ରାଜ୍ୟସ୍ତରୀୟ ଦେଶଭକ୍ତିର କାର୍ଯ୍ୟକ୍ରମ – “ମାତୃଭୂମିକୁ ପ୍ରଣାମ ଉତ୍ସବ”
August 15, 2024
More From Author
ତିନିଦିନ ଚାଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ
September 20, 2024
ଡେଙ୍ଗୁ ଜ୍ୱରକୁ ମହାମାରୀ ଘୋଷଣା
September 3, 2024
ଓଡ଼ିଶା ଆସୁଛି ୪୮ ହଜାର କ୍ଵିଣ୍ଟାଲ ଆଳୁ
August 21, 2024
+ There are no comments
Add yours