ଆଜିଠୁ OJEE । ୪୭ କେନ୍ଦ୍ରରେ ପରୀକ୍ଷା ଦେବେ ୫୬ ହଜାର ପରୀକ୍ଷାର୍ଥୀ

ଶବ୍ଦ ଓଡିଶା ବ୍ୟୁରୋ: ଆରମ୍ଭ ହେଉଛି ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା । ଏମବିଏ , ଏମଟେକ୍, ଏମପ୍ଲାନ୍, ଲାଟେରାଲ ଏମ୍ଏମବିଏ, ଲାଟେରାଲ ଏଣ୍ଟ୍ରି ବିଏସସି ଭଳି ୧୧ଟି ପାଠ୍ୟକ୍ରମରେ ନାମଲେଖା ପାଇଁ ହେବ ପରୀକ୍ଷା । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ଓଜେଇଇ ।
ଓଜେଇଇ ପାଇଁ ରାଜ୍ୟର ପ୍ରତି ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରାଯାଇଛି । ଏହାସହ ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ବିହାରରେ ମଧ୍ୟ ୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ମୋଟ ୩୩ଟି ସହରରେ ୪୭ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ୮, ୯, ୧୧ ଓ ୧୨ତାରିଖରେ ୩ଟି ସିପ୍ଟରେ ଓ ୧୫ ତାରିଖରେ ୨ଟି ସିଫ୍ଟରେ ଏହି ପରୀକ୍ଷା କରାଯିବ । ପ୍ରଥମ ସିଫ୍ଟ ପୂର୍ବାହ୍ନ ୯ଟାରୁ ୧୧ଟା , ଦ୍ୱିତୀୟ ସିଫ୍ଟ ସାଢେ ୧୨ଟାରୁ ଅପରାହ୍ନ ୨ଟା ୩୦ ଏବଂ ତୃତୀୟ ସିଫ୍ଟ ସାଢେ ୪ଟାରୁ ସାଢେ ୬ଟା ପର୍ଯ୍ୟନ୍ତ ଚାଲିବ । ମୋଟ ୫୫ ହଜାର ୯୭୯ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ନାମ ପଞ୍ଜିକରଣ କରିଛନ୍ତି । ସିବିିଟି ମାଧ୍ୟମରେ ହେବାକୁ ଥିବା ପରୀକ୍ଷା ଲାଗି ସମସ୍ତ କେନ୍ଦ୍ରରେ ପ୍ରସ୍ତୁତି ସରିଛି ।

You May Also Like

More From Author

+ There are no comments

Add yours