କିପରି ହୁଏ ରଥ ନିର୍ମାଣ?

ରଥ ନିର୍ମାଣର ଚତୁର୍ଦ୍ଦଶ ଦିବସରେ ତିନିରଥର ମୋଟ ନିର୍ମାଣକାରୀ ସେବକମାନେ ସବୁ ଦିନ ପରି ଆଜି ସକାଳ ୮ ଟାରେ ରଥଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ନିଜ ନିଜ ରଥ ଚାଳିରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

ତାଳଧ୍ୱଜ ରଥ ଚାଳି

ତାଳଧ୍ୱଜ ରଥର ମୋଟ ଦୁଇଟି ନାହାକା ଚକର ନିର୍ମାଣ ଶେଷ ହୋଇ ଅଛି । ଏତତ୍ ବ୍ୟତୀତ ତାଳଧ୍ୱଜ ରଥର ମୋଟ ୪ ଗୋଟି ପଡି ନାହାକା ଚକ ମଧ୍ୟରୁ ଦୁଇ ଚକ ର ପଇପିନ୍ଧା ପରେ ଚକ କଳଶା ପରେ ତୂମ୍ବରେ ଅଖ ବିନ୍ଧ ଖଳା କାମ ଚାଲୁଅଛି ବା ଠେକ ତୁଲୀଆ କାର୍ଯ୍ୟ ଜାରି ରହିଛି । ଆଉଦୁଇଟି ପଡି ନାହାକା ଚକରୁ ଗୋଟିଏ ଚକପାଇଁ ପଇବିନ୍ଧ ଚାଲିଥିବା ବେଳେ ଅନ୍ୟ ଚକପାଇଁ ତୂମ୍ବରେ ସିଙ୍ଗଡ଼ା ବାଡ଼ିଆ ସରି ଅର ସାଲ କାର୍ଯ୍ୟ ବା ଆରରେ ପଇ ପିନ୍ଧା ପୂର୍ବରୁ ଅର ଗୁଡିକର ବଳକା ଅଂଶ କଟାଯାଇ ସାଲକାର୍ଯ୍ୟ ଶେଷ ହୋଇଛି ।

ଦର୍ପଦଳନ ରଥ ଚାଳି

ଦର୍ପଦଳନ ରଥର ୪ ଗୋଟି ନାହାକା ଚକରୁ ଦୁଇଟି ନାହାକା ଚକ ନିର୍ମାଣ ଶେଷ ହୋଇଛି। ଅନ୍ୟ ଦୁଇ ନାହାକା ଚକ ନିର୍ମାଣ ଶେଷ ପର୍ଯ୍ୟାୟରେ ରକ୍ତ ଚକର କିଳା କଟା ପଇତା ପକା କାର୍ଯ୍ୟ ବାକି ରହିଛି । ଏହା ବ୍ୟତୀତ ଦେବୀ ରଥ ବା ଦର୍ପଦଳନ ରଥର ୪ ଗୋଟି ପଡି ନାହାକା ଚକରୁ ଗୋଟିଏ ପଡି ନାହାକା ଚକର ସିଙ୍ଗଡ଼ା ବାଡ଼ିଆ ଶେଷ ହୋଇ ଅର ଗୁଡିକର ସାଲ କାଯ୍ୟ ପରେ ତୂମ୍ବରେ ଅଖ ବିନ୍ଧ ବା ଠେକ ତୁଲୁଆ କାର୍ଯ୍ୟ ଜାରୀ ରହଛି। ଅନ୍ୟପଟେ ନାହାକା ଚକ ପାଇଁ ପଇ ବିନ୍ଧ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି ।

ନନ୍ଦିଘୋଷ ରଥ ଚାଳି

ନନ୍ଦିଘୋଷ ରଥର ମୋଟ ୪ଗୋଟି ନାହାକା ଚକରୁ ୨ ଗୋଟି ନାହାକା ଚକ ନିର୍ମାଣ ଶେଷ ହୋଇ ଆଉ ଦୁଇ ନାହାକା ଚକରୁ ଗୋଟିକର ପଇ କଳଶା କାଯ୍ୟ ହେଉଥିବାବେଳେ ଅନ୍ୟ ନାହାକା ଚକର ଠେକ ତୁଲୀଆ ବା ତୂମ୍ବରେ ଅଖ ବିନ୍ଧ ଖୋଳା ଶେଷ ପର୍ଯ୍ୟାୟରେ ପହଁଚିଛି । ଏହା ଛଡ଼ା ନନ୍ଦିଘୋଷ ରଥର ୪ ଗୋଟି ପଡି ନାହାକା ଚକରୁ ଗୋଟିଏ ଚକ ପାଇଁ ଆବଶ୍ୟକ ପଇ ଗୁଡିକରେ ବିନ୍ଧ କାର୍ଯ୍ୟ ଜାରି ରହିଥିବା ବେଳେ ଅନ୍ୟ ପଡି ନାହାକା ଚକରେ ପଇ ପିନ୍ଧା କାର୍ଯ୍ୟ ଶେଷ ପର୍ଯ୍ୟାୟରେ।

ଏଥି ସହ ଯନ୍ତା ଗାଡ଼ଠାରେ ତିନି ରଥର ଆଉ ଗୋଟିଏ ଗୋଟିଏ ଚକ ପାଇଁ ତୂମ୍ବରେ ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଭୋଇ ସେବକ ମାନେ ଜାରି ରଖିଛନ୍ତି । ଦୋଳବେଦୀସ୍ଥ ଅସ୍ଥାୟୀ କମାର ଶାଳରେ ତିନି ରଥର ଓଝା ବା କମାର ସେବକମାନେ ତିନିରଥ ପାଇଁ ଆବଶ୍ୟକ ନାକାକା ଚକ ଗୁଡିକ ପାଇଁ ଆବଶ୍ୟକ ପନ୍ଦାରି ଏବଂ ବକା ରଥ ଚାଳିକୁ ଯୋଗାଇବା ପରେ ତିନିରଥର ପଡି ନାହାକା ଚକର ତୂମ୍ବରେ ଲାଗିବା ପାଇଁ ପନ୍ଦାରି ଏବଂ ବଳା ନିର୍ମାଣ ଜାରି ରଖିଛନ୍ତି ।

ତିନିରଥର ମୋଟ ମହାରଣା-୭୮

ତିନିରଥର ଭୋଇ ସେବକ -୬୩

ତିନିରଥର କରତି ସେବକ – ୪

ତିନିରଥର କମାର ସେବକ – ୧୭

ପାହି ମହାରଣା-  ୧

ତୁମ୍ବ ବିନ୍ଧ କାରୀଗର- ୧

ତିନିରଥର ରୂପକାର ସେବକ-୧୯

ରଥଖଳା ସହାୟକ(ପାଣିବାଲା)୧

ମୋଟ-୧୮୪

You May Also Like

More From Author

+ There are no comments

Add yours