ପ୍ରବଳ ଜନ ସମାଗମ ରେ ମାଆ ଖମ୍ବେଶ୍ବରୀଙ୍କ ମଣ୍ଡି ଯାତ୍ରା ଅନୁଷ୍ଠିତ

ଚନ୍ଦାହାଣ୍ଡି 7/5(ଆ ପ୍ର )–ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପାନାବେଡା ଅଧିଷ୍ଠାତ୍ରୀ ଦେବୀ ମାଁ ଖମ୍ବେଶ୍ବରୀ ଙ୍କ ପୀଠ ସ୍ଥଳି l ମୋତିଗାଁ ଠାରେ ପ୍ରବଳ ଜନସମାଗମ ସହ ଶତାଧିକ , ଲାଠି, ବିମାନ, ଶିରା, ପୂଜାରୀ, ମାନଙ୍କ ସମାଗମ ହୋଇଥିଲା l ମାଁ ଖମ୍ବେଶ୍ବରୀ ଙ୍କ ମୋତିଗାଁ ଠାରେ ଅନୁଷ୍ଠିତ ହେଉଥିବା ମଣ୍ଡି ଯାତ୍ରା ଚନ୍ଦାହାଣ୍ଡି ଅଂଚଳ ର ପ୍ରିୟ ଯାତ୍ରା ହୋଇଥିବା ରୁ ଏଠାରେ ପ୍ରବଳ ଜନସମାଗମ ହୋଇ ଥାଏ ବୋଲି l ସ୍ଥାନୀୟ ବାସିନ୍ଦା ମାନେ ମତବ୍ୟକ୍ତ କରିଛନ୍ତି l ପ୍ରଶାସନ ସ୍ଥର ରେ କିଛି ପ୍ରୋତ୍ସାହନ ଯୋଗା ଇ ଦେଲେ ଏହା ଆହୁରି ଭଲ ହୋଇ ପାରିବ ବୋଲି ଏଠାରେ କିଛି ବୁଧିଜୀବି ମାନେ ମତବ୍ୟକ୍ତ କରିଛନ୍ତି l ରାତିରେ ଲୋକଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆ ଯାଇଛି l


ଦେବୀ ଙ୍କ ପୂଜକ ଚୈନସିଂ ପୂଜାରୀ ଙ୍କ କହିବା ଅନୁସାରେ l ଶନିବାର ଦିନ ଦେବୀ ଙ୍କ ପୀଠ ରେ ପୂଜାପାଠ ଏବଂ ବଳିଦାନ ସଂପନ କରାଯିବା ପରେ l ରବିବାର ଦିନ ନିମନ୍ତ୍ରିତ ହୋଇଥିବା ବିଭିନ୍ନ ଗ୍ରାମର ଦେବାଦେବୀ ମାନେ ଲାଠି ବିମାନ ସହ ଆସିଥାନ୍ତି l ସମସ୍ତେ ମାଁ ଠାକୁରାଣୀ ଙ୍କ ମନ୍ଧିର ପ୍ରାଙ୍ଗଣରେ ଜମା ହୋଇ l ଖଣ୍ଡା, ଖେଳ ଦେଖାଇ ବା ସହ ଶିରା ମାନଙ୍କ ଦେହ ରେ ଦେବୀ ପ୍ରବେଶ କରି ମୁହଁ ରେ ତ୍ରିଶୁଳ ଭୁସି ହେବା ସହିତ l କଣ୍ଟା ଦୋଳି ଖେଳି ଥାନ୍ତି ଏହା ପରେ ମାଁ ଖମ୍ବେଶ୍ବରୀ ଙ୍କ ପୂଜକ ଚୈନସିଂ ପୂଜାରୀ ଏବଂ ଗ୍ରାମଦେବୀ ଙ୍କୁ ବନ୍ଧାପନା କରି ପାଛୋଟି ଆଣିଥାଆନ୍ତି l ଏହା ପରେ ନିମନ୍ତ୍ରିତ ସମସ୍ତ ଦେବା ଦେବୀ ମଣ୍ଡି ବଜାର କୁ ପ୍ରବେଶ କରି ଗ୍ରାମର ମଙ୍ଗଳ ଉଦେଶ୍ୟ ରେ ପୂଜକ ବିମାନ ରେ ବସି ଖଇ ପକାଇ ଥାନ୍ତି l ଏହା ପରେ ଦେବା ଦେବୀ ମାନେ ନିଜ ନିଜ ଗ୍ରାମକୁ ବିଦାୟ ନେଇ ଥାନ୍ତି l ଏଠାରେ ପ୍ରବଳ ଜନସମାଗମ ହେବା ଫଳ ରେ ବେପାରୀ ମାନେ ଭଲ ଦ୍ବି ପଇସା ରୋଜଗାର ହୋଇଥାଏ ବୋଲି କେତେଜଣ ବେପାରି ପ୍ରକାଶ କରିଛନ୍ତି l ମଣ୍ଡେଇ ବଜାର ରେ ଯେପରି କୌଣସି ଅପ୍ରୀତିକର ଘଟଣା ନ ଘଟେ ସେଥି ପ୍ରତି ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ଙ୍କ ନେତୃତ୍ୱ ରେ ପୋଲିସ ମୁତୟନ କରାଯାଇଥିଲା l ଏଥିରେ ବିଶେଷ ସହଯୋଗ କରି ଛନ୍ତି କୃପାସିନ୍ଧୁ ନେଙ୍ଗୀ, ଅରକ୍ଷୀତ କାଣ୍ଡ, ଦୁଲର୍ଭ, ପୂଜାରୀ, କରୁଣା ପୂଜାରୀ, ମହେଶ୍ୱର ଦାସ, ନୀଳାମ୍ବର, ବାଘ, ଦିବାକର ନାୟକ, ଗୋପାଳ, ତ୍ରିପାଠୀ, ଖିରିଚନ୍ଦନ ନାୟକ, ବଂଶୀ ନାୟକ, ପ୍ରମୁଖ l
ମୁକୁନ୍ଦ ବେଶ୍ରା

You May Also Like

More From Author

+ There are no comments

Add yours