କେରଳରେ ଭୟଙ୍କର ଦୁର୍ଘଟଣା । ଡଙ୍ଗାବୁଡି ଚାଲିଗଲା ୨୧ ଜୀବନ

ଶବ୍ଦ ଓଡିଶା ବ୍ୟୁରୋ: କେରଳରେ ଡଙ୍ଗା ବୁଡିରେ ୨୧ ଜଣଙ୍କର ମୃତ୍ୟୁ । ମୃତକଙ୍କ ମଧ୍ୟରେ ୫ରୁ ଅଧିକ ଶିଶୁଥିବା ନେଇ ସୂଚନା । କେରଳର ମଲପୁରମ ଜିଲ୍ଲାର ତନୁର ନିକଟରେ ଗତକାଲି ରାତିରେ ଏକ ଯାତ୍ରୀବାହୀ ଡଙ୍ଗା ଦୁର୍ଘଟଣାଗସ୍ତ ହୋଇଥିଲା । ଦୁର୍ଘଟଣା ସମୟରେ ଡଙ୍ଗାରେ ୪୦ରୁ ୫୦ ଜଣ ଯାତ୍ରୀ ଥିବା ନେଇ ସୂଚନା ମିଳିଛି ।
ଯୁଦ୍ଧକାଳୀନ ଭିତିରେ ଗତକାଲି କିଛି ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି । ପର୍ଯ୍ୟଟକଙ୍କ ମଧ୍ୟରୁ କିଛି ନିଖୋଜ ଥିବାରୁ ସେମାନଙ୍କୁ ଠାବ କରିବାକୁୁ ପ୍ରୟାସ ଜାରି ରହିଛି । ରାତି ସମୟରେ ଦୁର୍ଘଟଣା ଘଟିଥିବାରୁ ଉଦ୍ଧାରକାରୀ ଦଳ ପାଇଁ ସମସ୍ୟା ସୃଷ୍ଟି ହୋଇଛି ।

You May Also Like

More From Author

+ There are no comments

Add yours