ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ

ଶବ୍ଦ ଓଡିଶା ବ୍ୟୁରୋ: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ୯ ତାରିଖ ବେଳକୁ ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ । ପରେ ଏହା ଆହୁରି ଘନୀଭୂତ ହେବା ସହ ଉତର ଦିଗରେ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇପାରେ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଦକ୍ଷିଣପୂର୍ବ ବଙ୍ଗୋପସାଗର, ଆଣ୍ଡାମାନ ଦୀପପୁଞ୍ଜ ଓ ଆଣ୍ଡାମାନ ସାଗର ଅଂଚଳରେ ସମୁଦ୍ର ଆଶାନ୍ତ ରହିବ । ୮ ତାରିଖରେ ପବନର ବେଗ ବୃଦ୍ଧି ପାଇବ । ସମୁଦ୍ର ଭିତରେ ସର୍ବାଧିକ ଘଂଟା ପ୍ରତି ୮୦ କି.ମି, ବେଗରେ ବହିପାରେ ପବନ ୧୦ ଓ ୧୧ ତାରିଖ ବେଳକୁ ଆହୁରି ଆଶାନ୍ତ ହୋଇପାରେ ସମୁଦ୍ର । ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।
ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛି ଭାରତୀୟ ପାଣିପାଗ ବିଭାଗ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ସମ୍ଭାବ୍ୟ ବାତ୍ୟାର ତୀବ୍ରତା, ଗତିପଥ ସ୍ପଷ୍ଟ ହେବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି । ବିଭିନ୍ନ ମଡେଲର ଆକଳନ ଅନୁଯାୟୀ ସୃଷ୍ଟି ହୋଇପାରେ ଅତି ଭୀଷଣ ସାମୁଦ୍ରିକ ଝଡ଼ । ତେବେ କେଉଁଠି ସ୍ଥଳଭାଗ ଛୁଇଁବ, ଏ ନେଇ ଭିନ୍ନ ଭିନ୍ନ ଆକଳନ କରାଯାଇଛି ।

You May Also Like

More From Author

+ There are no comments

Add yours