କର୍ଣ୍ଣାଟକ ନିର୍ବାଚନ, ଆସିଲା ସି-ଭୋଟର ସର୍ଭେ । ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ଜିତିପାରେ କଂଗ୍ରେସ

ଶବ୍ଦ ଓଡିଶା ବ୍ୟୁରୋ: କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ଆଉ ଦିନଟେ ବାକି । ଏହା ପୂର୍ବରୁ ଆସିଛ ସି-ଭୋଟର ସର୍ଭେ । କର୍ଣ୍ଣାଟକରେ କଂଗ୍ରେସ ଏକାକୀ ସରକାର ଗଢିବାର ସୁଯୋଗ ରହିଛି । ଏବିପି ନ୍ୟୁଜ୍ ସର୍ଭେ ମୁତାବକ କଂଗ୍ରେସ ୧୧୦ରୁ ୧୨୨ ଆସନ ଜିତିପାରେ । କର୍ଣ୍ଣାଟକ ବିଧାନସଭାରେ ମୋଟ ୨୨୪ ଆସନ ରହଛି । ସରକାର ଗଢିବାକୁ ୧୧୩ ଆସନ ଦରକାର । କଂଗ୍ରେସ ୪୦ ପ୍ରତିଶତରୁ ଅଧିକ ଭୋଟ ପାଇବା ସହ ମ୍ୟାଜିକ୍ ନମ୍ବର ହାସଲ କରିନେବ ବୋଲି ଆକଳନ କରାଯାଇଛି ।

ବିଜେପି ୭୩ ରୁ ୮୫ଟି ଆସନ ଜିତିବ ବୋଲି ସର୍ଭେରୁ ଜଣାପଡିଛି । ୧୦୧୮ ନିର୍ବାଚନରେ ବିଜେପି ୧୦୪ ଆସନ ଜିତି ଏବେ ସରକାରରେ ଅଛି । ଶେଷ ପର୍ଯ୍ୟାୟରେ ଭୋଟରକୁ ଆକୃଷ୍ଟ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ବିଜେପି ପକ୍ଷରୁ ମାରାଥନ ପ୍ରଚାର କରିଛନ୍ତି । ବିଜେପି ଅତି କମରେ ୧୨୭ ଟି ଆସନରେ ବିଜୟୀ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଅମିତ ଶାହା । ପୁରା ସଂଖ୍ୟାଗରିଷ୍ଠତା ସହ ଗତଥର ଅପେକ୍ଷା ୧୫ଟି ଅଧିକ ଆସନ ବିଜେପି ଜିତିବ ବୋଲି କହିଛନ୍ତି ଶାହା ।

You May Also Like

More From Author

+ There are no comments

Add yours