ଝାରସୁଗୁଡା ଉପନିର୍ବାଚନ ପାଇଁ ଆଜି ସରିବ ପ୍ରଚାର

ଶବ୍ଦ ଓଡିଶା ବ୍ୟୁରୋ: ଆଜି ସରିବ ଝାରସୁଗୁଡା ଉପନିର୍ବାଚନ ପ୍ରଚାର । ଆଉ ଦିନକ ପରେ ନିର୍ବାଚନ । ପ୍ରଚାରର ଶେଷ ଦିନରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ସବୁ ଦଳର ପ୍ରସ୍ତୁତି । ଝାରସୁଗୁଡ଼ାବାସୀ କାହା ସପକ୍ଷରେ ମତ ଦେବେ, ତା’ ଉପରେ ସାରା ରାଜ୍ୟରେ ଚର୍ଚ୍ଚା ଜାରି ରହିଛି । ଗତକାଲି ହାଇଭୋଲଟେଜ୍ ପ୍ରଚାରରେ ଉଠିଥିଲା ପଡିଥିଲା ଝାରସୁଗୁଡ଼ା । ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ତ୍ର ପ୍ରଧାନ । ବିରୋଧୀଙ୍କ କଟାକ୍ଷକୁ ମନେ ପକାଇ ବିରୋଧୀଙ୍କୁ ସମାଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ଦୀପାଳିଙ୍କୁ ବିରୋଧୀ ଦଳ ଆକ୍ଷେପ କରୁଥିବା ଅଭିଯୋଗ କରିଛନ୍ତି ନବୀନ । ନିର୍ବାଚନରେ ହାର୍ ଜିତ୍ ରହିଛି । କିନ୍ତୁ ପ୍ରଚାର ବେଳେ ଶାଳୀନତା ରହିବା ଜରୁରୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

You May Also Like

More From Author

+ There are no comments

Add yours