ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ରାୟଗଡ଼ା ଜିଲ୍ଲାପାଳ ସ୍ୱଧାଦେଵ ସିଂଙ୍କ ହେବ ଦ୍ବିତୀୟ ବିବାହ। ଚଳିତ ମାସରେ ବାରଣାସୀରେ ବାହା ହେବେ ୨ ଆଇଏଏସ୍। ସମର୍ଥ ପୂର୍ବରୁ ଭାରତୀୟ ରେଳବାଇ ଅଧିକାରୀ ସୂଚୀ ସିଂହଙ୍କୁ ବିବାହ କରିଥିବାବେଳେ ସ୍ବଧା ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ପ୍ରଥମ ପତ୍ନୀ ଥିଲେ। କିନ୍ତୁ ଉଭୟ ଯୋଡ଼ିଙ୍କ ବିବାହ ବିଚ୍ଛେଦ ହୋଇଥିଲା। ସମର୍ଥ ସମ୍ବଲପୁର ଜିଲ୍ଲାପାଳ ଥିବାବେଳେ ପତ୍ନୀ ସୂଚୀଙ୍କ ସହ ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା ଓ ଉଭୟ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ। ବିଚ୍ଛେଦ ପରେ ସୂଚୀ ଝାଡ଼ଖଣ୍ଡର ଜଣେ ଆଇଏଏସ୍ ଅଧିକାରୀଙ୍କୁ ବିବାହ କରିଥିଲେ। ସେହିପରି ଚଞ୍ଚଳ ନିକଟରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କୁ ବିବାହ କରିଛନ୍ତି।୨୦୧୧ ବ୍ୟାଚ୍ ଆଇଏଏସ୍ ଅଧିକାରୀ ସମର୍ଥ ପୁରୀ ଜିଲ୍ଲାପାଳ ହେବା ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ, ବିଏମ୍ସି କମିସନର୍, ସମ୍ବଲପୁର ଜିଲ୍ଲାପାଳ ଓ ରାୟଗଡ଼ାର ପିଡି ଡିଆର୍ଡିଏ ଭାବେ କାର୍ଯ୍ୟ କରିଥିଲେ। ସେହିପରି ସ୍ବଧାଦେବ ସିଂହ ରାୟଗଡ଼ା ଆସିବା ପୂର୍ବରୁ ନୂଆପଡ଼ା ଜିଲ୍ଲାପାଳ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଦାୟିତ୍ବରେ ଥିଲେ।