Wed. Oct 14th, 2026

ଆଜି ବୈଶାଖ ଶୁକ୍ଳପକ୍ଷ ବୁଧବାର ଦିନ ମା ଉଗ୍ରତାରା ଯୁବକ ସଂଘ ଆନୁକୁଲ୍ୟରେ ପୁରୀ ଶ୍ରୀମନ୍ଦିର ପଶ୍ଚିମ ଦ୍ଵାରା ସମ୍ମୁଖରେ ନିସ୍କୁଲ ଭାବରେ ବ୍ରତୋପନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ପୁରୀ ବିଧାୟକ ଓ କାର୍ଯକ୍ରମର ସଭାପତି ଜୟନ୍ତ କୁମାର ଷଡଙ୍ଗୀ ଯୋଗ ଦେଇଥିଲେ।

ବିଜେପି ମୁଖ ପାତ୍ର ସମ୍ବିତ ପାତ୍ର ମଧ୍ୟ ଉପସ୍ଥିତ ଥିଲେ।ମଧୁସୂଦନ ସିଂହାରୀ ଓ ମା ଉଗ୍ରତାରା ଯୁବକ ସଂଘ ସଭାପତିଙ୍କ ଆନୁକୁଲ୍ୟରେ ପ୍ରଶାନ୍ତ କୁମାର ମହାନ୍ତି ଶାନ୍ତିଶୃଙ୍ଖଳାରେ ଦାୟିତ୍ଵକୁ ସୁଚାର ରୂପେ ତୁଲାଇଥିଲେ।

ଏହା ବ୍ୟତୀତ କାର୍ଯ୍ୟକ୍ରମରେ ଅଭିଜିତ ପଣ୍ଡା, ନୀଳକଣ୍ଠ ବାରିକ, ସୁରେନ୍ଦ୍ର ଦାସ, ନାରାୟଣ ପ୍ରତିହାରୀ, ବୃନ୍ଦାବନ ମହାନ୍ତି ,ପ୍ରକାଶ କୁମାର ମହାନ୍ତି, ପ୍ରସନ୍ନ ମହାନ୍ତି, ରାଜକିଶୋର ସୁଆର, ବଳଭଦ୍ର ମହାପାତ୍ର, ଏବଂ ଅନ୍ୟାନ୍ୟ ସହକର୍ମୀମାନେ ଯୋଗୋଦାନ କରିଥିଲେ।

Leave a Reply

Your email address will not be published. Required fields are marked *