କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ରହିଲା। ଏତିକି ବେଳେ ପ୍ରମୁଖ ରାଜନୈତିକ ଦଳ ଗୁଡିକ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏଥିରୁ ବାଦ ପଡିନାହାଁନ୍ତି। ଦକ୍ଷିଣ କନ୍ନଡ ଜିଲ୍ଲାରେ ଏକ ଜନ ସମାବେଶକୁ ସେ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ବିଜେପି ସରକାର କର୍ଣ୍ଣାଟକକୁ ଦେଶର ଏକ ନମ୍ବର ରାଜ୍ୟରେ ପରିଣତ କରିବା ପାଇଁ ପଦକ୍ଷେପ ନେଉଛି। କଂଗ୍ରେସ ସରକାର କର୍ଣ୍ଣାଟକକୁ ଦଳୀୟ ଏଟିଏମରେ ପରିଣତ କରିଛି ବୋଲି ଶ୍ରୀ ମୋଦୀ କହିଛନ୍ତି। ଚଳିତ ନିର୍ବାଚନରେ ପ୍ରଥମ ଥର ଭୋଟ ଦେବାକୁ ଥିବା ଭୋଟରମାନଙ୍କୁ ଆହ୍ବାନ ଦେଇ ଶ୍ରୀ ମୋଦୀ କହିଛନ୍ତି, ରାଜ୍ୟର ଭବିଷ୍ୟତ ପାଇଁ ସେମାନଙ୍କ ଭୋଟ ଗୁରୁତ୍ବପୂର୍ଣ୍ଣ। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଆଜି ଜନସଭାକୁ ସମ୍ବୋଧିତ କରିଛନ୍ତି।