Thu. Oct 15th, 2026

ବରମୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପାଇକନଗରର ୯ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ତଥା ଯଶୋଦା ମା ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ନିବେଦିତା ଲେଙ୍କା, ମୁଖ୍ୟ ବ୍ୟକ୍ତା ରୂପେ ଯୁବ ସମାଜସେବୀ ତଥା ସାହିତ୍ୟିକ ଶ୍ରୀ ପ୍ରତ୍ୟୁଷ ଭଞ୍ଜ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବିଶିଷ୍ଟ ହାସ୍ୟ ଅଭିନେତା ଋଷି ପଟ୍ଟନାୟକ ଯୋଗ ଦେଇ ପିଲାମାନଙ୍କ ଉଦ୍ଦେଶ୍ୟରେ ତାଙ୍କର ମୂଲ୍ୟବାନ ଅଭିଭାଷଣ ପ୍ରଦାନ କରିଥିଲେ। ଏଥିରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ମନୋଜ କୁମାର ବେହେରା ଯୋଗ ଦେଇ ଗଳ୍ପ ମାଧ୍ୟମରେ ପିଲାମାନଙ୍କ ଆଗରେ ଅଭିଭାଷଣ ରଖିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶରତ କୁମାର ପରିଡ଼ା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ସେହିପରି ବିଦ୍ୟାଳୟର ସଭାପତି ଲିଙ୍ଗରାଜ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁପ୍ରିୟା ମିଶ୍ର ଓ ଶିକ୍ଷକ ଶିବ ପ୍ରସାଦ ମଲ୍ଲିକ ମଞ୍ଚ ପରିଚାଳନା କରିଥିବା ବେଳେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର, ମାନପତ୍ର ଓ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *