Wed. Oct 14th, 2026

ଜିଲ୍ଲା ରେଡକ୍ରସ କାର୍ଯ୍ୟ କାରିଣୀ ବୈଠକ ଆଜି ଅପରାହ୍ନ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରିଥିଲେ ଜିଲ୍ଲାପାଳ ସମର୍ଥ ବର୍ମା। ରେଡ଼କ୍ରସ ଏକ ସେବାକାରୀ ଅନୁଷ୍ଠାନ ଓ ମାନବ ସେବାରେ ଏହାର ସ୍ୱଛାସେବୀ ସର୍ବଦା ନିୟୋଜିତ ବୋଲି ସେ କହିଥିଲେ। ଏହାସହ ଆଗାମୀ ରଥଯାତ୍ରାରେ ଶ୍ରଦ୍ଧାଳୁମାନଙ୍କୁ ଉପଯୁକ୍ତ ସେବା ଯୋଗାଇବାକୁ ସେ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ। ସେହିପରି ଚଳିତ ମାସ ୮ ତାରିଖରେ ରେଡକ୍ରସ ଦିବସ ପାଳନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ବିଗତ ବର୍ଷ ଭଳି ମେ ୮ ତାରିଖ ରେଡକ୍ରସ ଦିବସ ଅବସରରେ ସିଡିଏମଓଙ୍କ କାର୍ଯ୍ୟାଳୟ ପରିସରରେ ପତାକା ଉତ୍ତୋଳନ, ମୁଖ୍ୟ ଚିକିତ୍ସାଳୟର ରୋଗୀମାନଙ୍କୁ ଫଳ ବଣ୍ଟନ ଓ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବ ବୋଲି ସ୍ଥିର ହେଲା। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଏସପି ପ୍ରଫୁଲ୍ଲ କୁମାର ବଡ଼ଜେନା, ଏଡିଏମଓ ଡଃ ବିରଜା ଶଙ୍କର ରଥ, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ଗୋପବନ୍ଧୁ ଆୟୁର୍ବେଦିକ କଲେଜର ଅଧ୍ୟକ୍ଷ ଡଃ ସୁଦର୍ଶନ ବେହେରା, ନେହେରୁ ଯୁବ କେନ୍ଦ୍ର ସଂଯୋଜକ ଜୟ ଶଙ୍କର ଜୋଶୀ, ରେଡକ୍ରସର ଯୁଗ୍ମ ସମ୍ପାଦକ ଗୀତାଞଳି ପଣ୍ଡା, ବରିଷ୍ଠ କାର୍ଯ୍ୟ କାରିଣୀ ସଦସ୍ୟ ପ୍ରତିମା ମିଶ୍ର, ଜୟନ୍ତୀ ମହାପାତ୍ର, ଶ୍ୟାମ ପ୍ରକାଶ ସେନାପତି ଓ ଅନ୍ୟାନ୍ୟ ସଦସ୍ୟ ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *